ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି ଖୁସି ବ୍ୟକ୍ତ କଲେ ଶାହା

ଭୁବନେଶ୍ୱର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ, ସମ୍ବିତ ପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶାହା ଙ୍କ ଗସ୍ତ କୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଦେଖି ମଧ୍ୟ ବିମୋହିତ ହୋଇଥିଲେ ସୌରାଷ୍ଟ୍ର ମନ୍ତ୍ରୀ ।

ଆଜି ଓଡ଼ିଶାରେ ଶାହଙ୍କ ଦ୍ୱିତୀୟ ଦିନ । ତେବେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାହ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ମେ’ ଫେୟାର ହୋଟେଲରେ ଦଳୀୟ ବୈଠକରେ ଯୋଗଦେବା ପରେ ଶାହ ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲେ । ସେଠାରେ ରାତ୍ରିଯାପନ  କରିବା ସହ ଆଜି ମନ୍ଦିର ବୁଲିଛନ୍ତି । ଦର୍ଶନ ପରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯିବେ । । ଏହା ସହ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ ର ଶୁଭ ଉଦ୍‌ଘାଟନ କରିବା ପରେ ଦିଲ୍ଲୀ ଫେରିବେ ଗୃହମନ୍ତ୍ରୀ ଅମିତ ଶାହ ।

 

Spread the love