ଅମିତାଭ ଓ ଜୟାଙ୍କ ବିବାହ ବାର୍ଷିକୀରେ ଝିଅ ଏଭଳି ରହସ୍ୟ ଉପରୁ ଉଠାଇଲେ ପରଦା

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ବିବାହକୁ ୫୦ବର୍ଷ ପୂରା ହୋଇଛି। ୧୯୭୩ ମସିହା ଜୁନ ୩ ତାରିଖରେ  ଏକ କାର୍ଯ୍ୟକ୍ରମରେ ଅମିତାଭ ଓ ଜୟା ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଦୁହିଁଙ୍କ ବିବାହକୁ ୫୦ବର୍ଷ ପୂରା ହୋଇଛି।

ଏହି ଅବସରରେ  ଝିଅ ଶ୍ବେତା ନନ୍ଦା ବାପା ଓ ମା’ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ସେ ବାପା ଅମିତାଭ ଓ ମା’ ଜୟାଙ୍କ ସଫଳ ବିବାହ ଜୀବନର ରହସ୍ୟ ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି।

‌ଶ୍ବେତା ବାପା ଓ ମା’ଙ୍କର ୫୦ତମ ବିବାହ ବା‌ର୍ଷିକୀରେ ଏକ ପୁରୁଣା ଫଟୋକୁ ସେୟାର କରିଛନ୍ତି। ଫଟୋ ସେୟାର କରି ଶ୍ବେତ‌ା ଲେଖିଛନ୍ତି, ‘ଏବେ ଆପଣ ଗୋଲଡେନ ହୋଇଯାଇଛନ୍ତି। ଥରେ ବାପା ଓ ମା’ଙ୍କୁ ତାଙ୍କ ସଫଳ ବୈବାହିକ ଜୀବନ ବିଷୟରେ ପଚରାଯାଇଥିଲା। ଏହାର ଉତ୍ତରରେ ମା’ କହିଥିଲେ, ଭଲପାଇବା। ବାପା ଏହି ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ସ୍ତ୍ରୀ ସର୍ବଦା ଠିକ ହୋଇଥାଆନ୍ତି। ମୋତେ ଲାଗୁଛି ଏହାହିଁ ହେଉଛି ସଫଳ ବୈବାହିକ ଜୀବନର ମନ୍ତ୍ର।’

‌ଶ୍ବେତା ବାପା ଓ ମା’ଙ୍କର ଯେଉଁ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ତାହା ଧଳା ଓ କଳା ରଙ୍ଗର ରହିଛି। ଏହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିଛନ୍ତି। ଏଥିସହିତ ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଇ ଅମିତାଭ ଓ ଜୟାଙ୍କୁ ବିବାହ ବାର୍ଷିକୀରେ ଶୁଭେଚ୍ଛା ଜଣାଇଛନ୍ତି।

Spread the love