ଆସନ୍ତାକାଲି ଅଁଳା ନବମୀ

ଆସନ୍ତାକାଲି ଅଁଳା ନବମୀ ।  ଓଡ଼ିଆଣୀ ବେଶ ହେବେ ମା’ରାଧାରାଣୀ । ରାତି ୩ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ, ଅବକାଶ ନୀତି କରାଯିବା ପରେ ସାକ୍ଷୀ ଗୋପିନାଥ ଓ ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁସଜ୍ଜିତ କରାଯିବା ଅଁଳା ନବମୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀ ଓ ସେବାୟତଙ୍କୁ ନେଇ ଦ୍ବିତୀୟ ସମନ୍ବୟ ବୈଠକ କରାଯାଇଛି । ଚଳିତ ବର୍ଷ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାରେ ଉପରେ ବୈଠକରେ ଆଲୋଚନା କରାଯାଇଛି । ରାଧାପାଦ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୩ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛିା ଲମ୍ବା ଲାଇନରେ ଶ୍ରଦ୍ଧାଳୁ ଆସି ସାମିଆନା ତଳେ ଧାଡିରେ ଠିଆ ହୋଇ ଦର୍ଶନ କରିବୋ ଅଳାଁ ନବମୀ ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ଆଲୋକୀକରଣ, ସଫେଇ ଓ ରଙ୍ଗକାର୍ଯ୍ୟ କରାଯାଉଛି ।

Spread the love