ତୀବ୍ର ହେଉଛି ଅଵପାତ, ୨୦ ତାରିଖରେ ସ୍ଥଳଭାଗ ଛୁଇଁବା ସଂଭାବନା : ସିଇସି

ଭୁବେନଶ୍ୱର,୧୬|୦୫:  ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଆଜି ପ୍ରାତଃ ସମୟରେ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବା ପାଇଁ ବଳ ଗୋଟାଉଛି । ଏବଂ ଏହା  ଆଜି ସକାଳ ୮.୩୦ସୁଦ୍ଧା ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୦୬୦ ଦୂରରେ କେନ୍ଦ୍ରୀଭୂତ ହୋଇଛି ବୋଲି ଜଳବାୟୁ ପରିବେଶ କେନ୍ଦ୍ର(ସିଇସି), ସୋଆ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟ ତରଫରୁ କୁହାଯାଇଛି ।
ଆଶାକରାଯାଉଛି,  ଏହି ପ୍ରକ୍ରିୟା ଚାଲୁ ରହି ଆହୁରି ଅଧିକ ଘନୀଭୂତ ହୋଇ ଘୁର୍ଣ୍ଣିଝଡରେ ପରିଣତ ହେବ ଏବଂ ଏହା ଉତ୍ତର-ପଶ୍ଚିମ ଦିଗରେ ମେ’ ୧୭ ପର୍ଯ୍ୟନ୍ତ ଗତି କରିବ । ଏହାପରେ ଏହି ଝଡ଼ ତାର ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତିକରି ମେ’୨୦ରେ ସ୍ଥଳଭାଗ ଛୁଇଁବ।ସମ୍ଭାବନା ବୋଲି ପରିବେଶ ଓ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି ।

ଡଃ ସାହୁ କହିଛନ୍ତି ଯେ, ପୂରା ପ୍ରକ୍ରିୟା ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳକୁ ମେ’ ୧୯ ତାରିଖ ପର୍ଯ୍ୟନ୍ତ ସମାନାନ୍ତର ଭାବରେ ଗତି କରିବ। କିନ୍ତୁ ବର୍ତ୍ତମାନର ସ୍ଥିତିରେ ଏହା ଉକ୍ତଦିନ ରାତିରେ ଓଡ଼ିଶାର ପୁରୀ ଓ ବାଲେଶ୍ୱର ମଧ୍ୟସ୍ଥ ଉପକୂଳ ଅଞ୍ଚଳ ଉପରେ ଆବଦ୍ଧ କରି ରଖି ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଅନ୍ୟ କେତେକ ସଂସ୍ଥା ପୂର୍ବାନୁମାନ କରିଛନ୍ତି ଯେ ଏହି ସମ୍ଭାବିତ ବାତ୍ୟା ଉତ୍ତର ଓଡ଼ିଶା କିମ୍ୱା ପଶ୍ଚିମବଙ୍ଗ ମଧ୍ୟସ୍ଥ କୌଣସି ଉପକୂଳ ଅଞ୍ଚଳକୁ ଛୁଇଁବ ।
ସେ ଯାହା ହେଉ, ଏହି ସମ୍ଭାବିତ ବାତ୍ୟାର ସଠିକ୍‌ ଗତିପଥ, ଯାହା ଧୀରେ ଧୀରେ ସ୍ପଷ୍ଟ ହେଉଛି, ତାହାକୁ କାଲି ନିରୂପଣ କରାଯାଇପାରିବ ବୋଲି ସେ କହିଛନ୍ତି ।
ଯଦି କୌଣସି ପରିସ୍ଥିତିରେ ଏହି ବାତ୍ୟା ଓଡ଼ିଶା ଉପକୂଳର ଅଧିକ ନିକଟବର୍ତ୍ତୀ ହୁଏ ତେବେ ମେ’୧୯ ଓ ୨୦ତାରିଖ ଦିନ ପବନର ବେଗ ଘଣ୍ଟାପ୍ରତି ୧୪୦ କି.ମି. ପର୍ଯ୍ୟନ୍ତ ବୋହିପରେ।

 କିନ୍ତୁ ଯଦି ଏହା ଉପକୂଳ ଓଡ଼ିଶାର କୌଣସି ଅଞ୍ଚଳ ଦେଇ ଅତିକ୍ରମ କରେ ତେବେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୮୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ।

ଡଃ ସାହୁ ଏହି ସମ୍ଭାବିତ ବାତ୍ୟା ଧୀରେ ଧୀରେ ଆହୁରି ତୀବ୍ର ହୋଇ ମେ ୧୭’ରୁ ୧୯ ଭିତରେ ଅତି ପ୍ରବଳ ଝଡ଼ବାତ୍ୟାରେ ପରିଣତ ହେଇପାରେ । ଏଥିରେ ପ୍ରଭାବିତ ହୋଇ ମୌସୁମୀ ସ୍ରୋତର ପ୍ରଭାବରେ ମାଲ୍‌କାନଗିରି, କୋରାଫୁଟ, ରାୟଗଡ଼ା, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାଗୁଡ଼ିକରେ ମେ’୧୮ ତାରିଖରେ ସାଧାରଣରୁ ମଧ୍ୟମଧରଣର ବର୍ଷା ରେକର୍ଡ଼ କରାଯାଇପାରେ । କିନ୍ତୁ ମେ’ ୧୯ ଓ ୨୦ ତାରିଖ ଦିନ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

ଏହାସହିତ ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର କେତେକ ଅଞ୍ଚଳରେ ଏହି ସମୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ କରାଯାଇପାରେ ।

Spread the love