କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ପୂର୍ବତନ କର୍ପୋରେଟର ଅମରେଶ ଜେନା

ଭୁବନେଶ୍ୱର, ୩୦/୦୫: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ନାନ ଜଣାଇ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ୪୫ନଂ ୱାର୍ଡର ପୂର୍ବତନ କର୍ପୋରେଟର ଅମରେଶ ଜେନା(ବାଇଁଆ)ଙ୍କ ଅନୁରୋଧ କ୍ରମେ ଶତାଧିକ ବିଜେଡ଼ି କର୍ମୀ କଳ୍ପନା ଛକ ଠାରୁ ଝାରପଡା ପର୍ଯ୍ୟନ୍ତ ରାସ୍ତାର ପାର୍ଶ୍ଵରେ ସାମାଜିକ ଦୂରତ୍ୱ ବଜାୟ ରଖି ମାନବ ଶୃଙ୍ଖଳରେ ଛିଡା ହେବା ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ବାଇଁଆଙ୍କ ଏଭଳି ଅଭିନବ ପ୍ରୟାସକୁ ସ୍ଥାନୀୟ ବାସିନ୍ଦା ଖୁଵ ପ୍ରଶଂସା କରିଥିଲେ । ଏହିକାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଜେଡି କର୍ମୀ ଙ୍କୁ ଲକ୍ଷ୍ମୀସାଗର ଥାନା ଅଧିକାରୀ ଦୟାନିଧି ନାୟକ ପୂର୍ଣ୍ଣ ସହଯୋଗ କରିଥିଲେ ।

ସେହିପରି ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ପୂଜା ସମିତିର ସଭାପତି ଦୀପକ ଜେନା ଏବଂ କିଛି ସମିତି ସଭ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବାସହ ବିଜେଡି କର୍ମୀଙ୍କୁ ଉତ୍ସାହିତ କରିଥିଲେ । ସେହିପରି  ଚିନ୍ତାମଣିଶ୍ୱର ସ୍କୁଲ ପ୍ରାଙ୍ଗଣରେ ୨୦ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କିଛି ବିଜେଡ଼ି କର୍ମୀ ମିଳିତ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ ।

Spread the love