ଅମୃତସର ବିମାନବନ୍ଦରକୁ ବୋମା ଧମକ
ସୋମବାର ସନ୍ଧ୍ୟାରେ ପଞ୍ଜାବର ଅମୃତସର ବିମାନବନ୍ଦରକୁ ବୋମା ଧମକ । ଫୋନ୍ କଲ୍ ମାଧ୍ୟମରେ ଧମକ ମିଳିଥିବା ସୂଚନା ମିଳିଛି । ଧମକ ମିଳିବା ମାତ୍ରେ ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ସହିତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ, ଜଣେ ଅଜଣା ବ୍ୟକ୍ତି ବିମାନବନ୍ଦର ପ୍ରଶାସନକୁ ଫୋନ୍ କରି କହିଥିଲେ ଯେ, ବିମାନବନ୍ଦରକୁ ବୋମାରେ ଉଡ଼ାଇ ଦିଆଯିବ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଫଳରେ ସୁରକ୍ଷା ବ୍ୟସ୍ଥାକୁ କଡ଼ାକଡ଼ି କରି ବିମାନବନ୍ଦର ଉପରେ ନଜର ରଖାଯାଇଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।
ଅନ୍ୟପଟେ ସୁରକ୍ଷା ଏଜେନ୍ସି ସହିତ ବୋମା ନିଷ୍କ୍ରିୟକାରୀ ଦଳ ଏବଂ କୁକୁର ମଧ୍ୟ ତଦନ୍ତ ପ୍ରକ୍ରିୟାରେ ସାମିଲ ରହିଛନ୍ତି । ବର୍ତ୍ତମାନ ବିମାନବନ୍ଦରରେ ସାମାନ୍ୟ ପରିସ୍ଥିତିରେ ରହିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଏହାର କଡ଼ା ଯାଞ୍ଚ କରୁଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ବସ୍ତୁର ସୂଚନା ମିଳିପାରିନାହିଁ ।
