ଆର୍ଥୀକ ଦୁର୍ବଳ ଶ୍ରେଣୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ମୋଦି ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତି: ସମୀର ମହାନ୍ତି

ଭୁବନେଶ୍ୱର, ତା.୧୦/୦୬: ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ; ଅନ୍ତ୍ୟୋଦୟ; ସେବା ହିି ସଂଗଠନ; ରାଷ୍ଟ୍ର ସର୍ବୋପରୀ; ଗ୍ରାମାଂଚଳ, ଗରୀବ, କୃଷକ, ଦଳିତ, ପୀଡିତ, ପଛୁଆ, ଯୁବ, ମହିଳାଙ୍କ ବିକାଶ; ଆତଙ୍କବାଦୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଏବଂ କଲ୍ୟାଣକାରୀ ଅର୍ଥବ୍ୟବସ୍ଥାର ନିର୍ମାଣ ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର । ସମାଜର ଶେଷ ଧାଡିରେ ବାସ କରୁଥିବା ଏବଂ ପ୍ରତ୍ୟେକ ସୁବିଧା ସୁଯୋଗରୁ ବଂଚିତ ବ୍ୟକ୍ତିର ଉତ୍‌ଥାନ ହେଉଛି ଅନ୍ତ୍ୟୋଦୟର ମୁଳ ଉଦ୍ଦେଶ୍ୟ । ଅନ୍ତୋଦୟ ସିଦ୍ଧାନ୍ତର ମାର୍ଗ ଦର୍ଶନରେ ସମାଜର ଗରିବ ଓ ବଂଚିତଙ୍କୁ ବିକାଶ ଯାତ୍ରାରେ ସାମିଲ କରାଇବା ଲକ୍ଷ୍ୟ ରଖି ମୋଦି ସରକାର ଗତ ୮ ବର୍ଷ ଧରି ନିରନ୍ତର ଭାବେ କାର୍ଯ୍ୟ କରିଆସୁଛନ୍ତି । ଦେଶ ସ୍ୱାଧୀନତା ହେବାର ୭୦ ବର୍ଷ ପର୍ଯ୍ୟନ୍ତ କୈାଣସି ସରକାର ପଛୁଆ ଏବଂ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ବିକାଶ ପାଇଁ ଚିନ୍ତା ମଧ୍ୟ କରିନଥିଲେ । ସମ୍ବେଦନଶୀଳ ମୋଦି ସରକାର ଗତ ୨୦୧୯ ମସିହା ଜାନୁଆରୀ ୧୩ ତାରିଖ ଦିନ ସମାଜର ଆର୍ଥିକ ଦୁର୍ବଳ ବର୍ଗ ଲୋକମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଲାଘବ କରିବା ଉଦ୍ଦେଶ୍ୟରେ ଏକ ଯୁଗାନ୍ତକାରୀ ନିଷ୍ପତି ଘୋଷଣା କରି ସେମାନଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅନୁସୁଚିତ ଜାତି, ଅନୁସୁଚିତ ଜନଜାତି, ପଛୁଆ ବର୍ଗ ବ୍ୟତୀତ ଅନ୍ୟ ସମସ୍ତ ବର୍ଗର ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । ୧୦୩ତମ ସମ୍ବିଧାନ ସଂଶୋଧନ ବିଧେୟକ ଜରିଆରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରହିଛି । ମୋଦି ସରକାର ଏହି ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ଦ୍ୱାରା କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ମେଡିକାଲ, ଆଇଆଇଏମ, ଆଇଆଇଟି, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଟାନରେ ଆର୍ଥିକ ଦୁର୍ବଳ ବର୍ଗ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସେହିପରି ୟୁପିଏସସି ସମେତ ସମସ୍ତ କେନ୍ଦ୍ର ସରକାର ଚାକିରୀରେ ମଧ୍ୟ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏହି ନୂତନ ଆଇନ ବଳରେ ଦେଶର ଅନ୍ୟ ରାଜ୍ୟମାନେ ମଧ୍ୟ ନିଜ ନିଜ ରାଜ୍ୟରେ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଶିକ୍ଷା ଏବଂ ଚାକିରୀ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେଉଛନ୍ତି । ଏହା ଦ୍ୱାରା ଅର୍ଥ ଅଭାବରୁ ଶିକ୍ଷାପ୍ରାପ୍ତିରେ ବଂଚିତ ହେଉଥିବା ଆର୍ଥିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଏବଂ ଯୁବକଯୁବତୀମାନେ ବିକାଶର ମୁଖ୍ୟ ସ୍ରୋତରେ ଆସିବା ପାଇଁ ସକ୍ଷମ ହୋଇପାରିଛନ୍ତି ବୋଲି ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ଆର୍ଥିକ ଅନଗ୍ରସର ସମାବେଶରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଅନ୍ୟ ପଟେ ଓଡିଶା, ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ରାଜ୍ୟ ବ୍ୟତୀତ ଅନ୍ୟ ରାଜ୍ୟମାନେ ଏହି ସଂରକ୍ଷଣ ବ୍ୟବସ୍ଥାକୁ ଆପଣାଇଛନ୍ତି । ଓଡିଶା ସରକାର କେବଳ ମେଡିକାଲ ଶିକ୍ଷା କ୍ଷେତ୍ରରେ ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଇ ଅନ୍ୟାନ୍ୟ ପାଠ୍ୟକ୍ରମ ଏବଂ ଚାକରୀ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦି ସରକାରଙ୍କ ୮ ବର୍ଷ ଶାସନ କାଳରେ ଆର୍ଥିକ ଦୁର୍ବଳ ବର୍ଗଙ୍କ ବିକାଶ ପାଇଁ ନେଇଥିବା ଯୁଗାନ୍ତକାରୀ ନିଷ୍ପତି ଏବଂ ଏହାର ସଫଳ କାର୍ଯ୍ୟାନ୍ୱୟନର ସୁପ୍ରଚାର ପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଆର୍ଥିକ ଅନଗ୍ରସର ସମାବେଶ ଅନୁଷ୍ଠିତ ହୋଇଯାଇଛି ।

Spread the love