ଇଞ୍ଜିନିୟରିଂର ଅଦ୍ଭୁତ ଦୃଶ୍ୟ, ପାଣି ଉପରେ ଭାସୁଛି ବ୍ରିଜ୍

ମଣିଷ ଧୀରେ ଧୀରେ ଏତେ ଅଗ୍ରଗତି କରିଛି ଯେ ଆଜିକାଲି ଆମକୁ ଇଞ୍ଜିନିୟରିଂର ଅନେକ ଆଶ୍ଚର୍ଯ୍ୟଜନକ ଉଦାହରଣ ଦେଖିବାକୁ ମିଳୁଛି । ଏହି ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ରହିଛି । ଯାହା କୃତିମ ତଥା ଏହାକୁ ମଣିଷମାନେ ପ୍ରସ୍ତୁତ କରିଛନ୍ତି । ଅନେକ ଥର ଆଖି ଦେଖିବା ପରେ ବି ଏହା ଉପରେ ବିଶ୍ୱାସ କରି ହୁଏନାହିଁ । ହୁଏତ ଆପଣ ଆଜି ପର୍ଯ୍ୟନ୍ତ ପାଣିରେ ଚାଲୁଥିବା ଗାଡି କିମ୍ବା ଟ୍ରେନ୍ କେବେ ବି ଦେଖିନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଯାହା କହିବାକୁ ଯାଉଛୁ ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।

ସାଧାରଣତଃ ବଡ଼ ସ୍ତମ୍ଭ ସାହାଯ୍ୟରେ ନଦୀ ଉପରେ ସେତୁ ନିର୍ମାଣ କରାଯାଏ । ସେଥିରେ ବ୍ୟବହୃତ ସାମଗ୍ରୀ ବ୍ରିଜ୍ କେତେ ଶକ୍ତିଶାଳୀ ହେବ ତାହା ସ୍ଥିର କରେ । ଯଦି ଆମେ ଆପଣଙ୍କୁ କହିବୁ ଯେ ଚାଇନାରେ ଏକ ସେତୁ ଅଛି ଯାହା ସ୍ତମ୍ଭ ଉପରେ ନିର୍ମିତ ନୁହେଁ କିନ୍ତୁ ସିଧାସଳଖ ପାଣିରେ ଭାସୁଛି, ତେବେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ଏହା ଜଳ ଉପରେ ଏପରି ଭାବରେ ନିର୍ମିତ ହୋଇଛି ଯେ ଯାନବାହାନଗୁଡ଼ିକ ଜଳର ତରଙ୍ଗ ଅନୁଭବ କରି ଏହି ବ୍ରିଜରେ ଯାତାୟତ କରିପାରିବେ ।

ଏହି ବ୍ରିଜ୍ ଚୀନ୍‌ର Shiziguan ପ୍ରଦେଶର ଏକ ଉପତ୍ୟକାରେ ପ୍ରବାହିତ ନଦୀରେ ନିର୍ମିତ, ଯାହାକୁ ଯଦି ଆପଣ ପ୍ରଥମ ଥର ଦେଖନ୍ତି, ତେବେ ଆପଣ ଏହାକୁ ଏକ ଚମତ୍କାର ଭଳି ଲାଗିବ । କାରଣ ଏହି ସେତୁଟି ପାଣିରେ ଭାସୁଛି ଏବଂ ଏହା ଉପରେ ଯାନବାହାନ ମଧ୍ୟ ଚଳାଚଳ କରିଥାଏ । ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସେତୁର ଚମତ୍କାରତା ଦେଖିବା ପାଇଁ ତଥା ନଦୀରେ ଭାସୁଥିବା ବ୍ରିଜ ଉପରେ ଗାଡି ଚଳାଇ ଏହାର ମଜା ନେବା ପାଇଁ ଏଠାକୁ ଅସିଥାନ୍ତି । ଚୀନ୍‌ର ଦକ୍ଷିଣ-ପଶ୍ଚିମ ହୁବେଇ ପ୍ରଦେଶର ଜୁଆନ୍ କାଉଣ୍ଟିରେ ଅବସ୍ଥିତ ଶିଜିଗୁଆନ୍ ଫ୍ଲୋଟିଂ ବ୍ରିଜ୍, ପୃଥିବୀର ବିଭିନ୍ନ ସ୍ଥାନର ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଏବଂ ପର୍ଯ୍ୟଟକମାନେ ଅନୁଭବ କରନ୍ତି ଯେ ସେମାନେ ସେମାନେ ନଦୀ ସହିତ ଗତି କରୁଛି ।

ତେବେ ନିକଟରେ ଏହି ବ୍ରିଜର ଚମତ୍କାର ଭିଡିଓ ଇନଷ୍ଟାଗ୍ରାମର ୱେଲ୍ଥ ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଏହି ବ୍ରିଜଟି ଏକ ନଦୀ ଉପରେ ନିର୍ମିତ ହୋଇଛି ଯାହାର ଲମ୍ବ ୫୦୦ ମିଟର ଏବଂ ପ୍ରସ୍ଥ ୪.୫ ମିଟର । ଜଙ୍ଗଲ ମଧ୍ୟରେ ଥିବା ନଦୀରେ ନିର୍ମିତ ଏହି ବ୍ରିଜ ଉପରେ ଉଠୁଥିବା ତରଙ୍ଗ ଏକ ସୁନ୍ଦର ଦୃଶ୍ୟ ଉପସ୍ଥାପନ କରେ । ସୂଚନାଯୋଗ୍ୟ, ୨୦୨୩ ମସିହାରେ ଏହି ସେତୁ ଉପରେ ଏକ ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୫ ଜଣ ପ୍ରାଣ ହରାଇଥିଲେ, କିନ୍ତୁ ଏବେ ଏହି ସେତୁ ପୁଣି ଥରେ ଖୋଲାଯାଇଛି ଏବଂ ବର୍ତ୍ତମାନ ଓଜନ ଏବଂ ସ୍ପିଡ଼ ଉପରେ ମଧ୍ୟ କିଛି ପ୍ରତିବନ୍ଧକ ଲଗାଯାଇଛି ।

Spread the love