ଶୋପିଆନରେ ଏନକାଉଣ୍ଟର, ୪ ଆତଙ୍କବାଦୀ ନିପାତ

ଜମ୍ମୁ କଶ୍ମୀରରେ ସେନାକୁ ବଡ଼ ସଫଳତା। ସର୍ଚ୍ଚ ଅପରେସନ ବେଳେ ଚାରି ଆତଙ୍କବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି। ପ୍ରଥମେ ତିନି ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଥିଲା ପରେ ଆଉ ଜଣେ ଆତଙ୍କୀ ନିପାତ ହୋଇଥିବା ଜଣାପଡ଼ଛି। ଶୋପିଆନ୍ ଜିଲ୍ଲାର ରେବାନ ଏରିଆରେ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ଏହାପରେ ପୁଲିସ ଏବଂ ସୁରକ୍ଷାକର୍ମୀ ମିଳିତ ଅପରେସନ କରିଥିଲେ।ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏହାପରେ ୪ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଆହୁରି ଦୁଇ ତିନି ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଛନ୍ତି। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କୁ ସରେଣ୍ଡର କରିବା ପାଇଁ ସୁରକ୍ଷାକର୍ମୀ କହିଥିଲେ। ହେଲେ ପ୍ରତିବଦଳରେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ଉପରକୁ ଏନକାଉଣ୍ଟର କରିଥିଲେ।ସୂଚନାଯୋଗ୍ୟ, କିଛି ଦିନ ହେବ ସୀମାରେ ଆତଙ୍କବାଦ କାର୍ଯ୍ୟକଳାପ ବଢ଼ିଛି। ପ୍ରାୟତଃ ପ୍ରତିଦିନି ସେନା ଆତଙ୍କୀ ଲୁଚି ରହିଥିବାର ଖବର ପାଇ ସର୍ଚ୍ଚ ଅପରେସନ କରୁଛି। ନିକଟରେ ପାକ୍ ଆତଙ୍କବାଦ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଆତଙ୍କବାଦୀଙ୍କୁ ନିପାତ କରିଥିଲେ ସୁରକ୍ଷାକର୍ମୀ।

Spread the love