ଓଡ଼ିଶାର ୩ଜଣଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ନୂଆଦିଲ୍ଲୀ   :  ୨୦୨୦-୨୧ ବର୍ଷ ପାଇଁ ଗତକାଲି ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ପୁରସ୍କାର ମିଳିଛି। ରାଷ୍ଟ୍ରପତି ଭବନରେ ଆୟୋଜିତଗତକାଲି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନୋଟି ବର୍ଗରେ ଦେଶର ମୋଟ ୪୨ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟ/ଯୁକ୍ତ୨ ପରିଷଦ ବର୍ଗରେ ୨ଜଣ, କାର୍ଯ୍ୟକ୍ରମ ଅଧିକାରୀ/ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ବର୍ଗରେ ୧୦ଜଣ ଏବଂ ସ୍ବେଚ୍ଛାସେବୀ ବର୍ଗରେ ୩୦ଜଣଙ୍କୁ ପୁରସ୍କାର ମିଳିଥିବାବେଳେ ଓଡ଼ିଶାର ତିନିଜଣ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ସେମାନେ ହେଲେ କାର୍ଯ୍ୟକ୍ରମ ଅଧିକାରୀ/ଏନ୍‌ଏସ୍‌ଏସ୍‌ ୟୁନିଟ୍‌ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆର୍‌ଡିଏସ୍‌ ଡିଗ୍ରୀ ମହାବିଦ୍ୟାଳୟର ଡ. ଦିଲୀପ କୁମାର ପାରମାଣିକ, ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ୱରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେଶନ ଆଣ୍ଡ୍‌ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ୱରସ୍ଥିତ ସ୍କୁଲ ଅଫ୍‌ ଲ’ର ଆକାଂକ୍ଷା କବି।

Spread the love