୧୪ ଦଫା ଦାବି ନେଇ ଅଙ୍ଗନୱାଡି କର୍ମୀଙ୍କ ରାଲି ଓ ବିକ୍ଷୋଭ

ଫୁଲବାଣୀ, ୭/୪: ୧୪ ଦଫା ଦାବି ପୁରଣ ନେଇ ଅଲ୍ ଓଡିଶା ଅଙ୍ଗନବାଡି ଲେଡିଜ ୱାର୍କର ଏସୋସିଏସନ ପକ୍ଷରୁ ଏକ ବିଶାଳ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ମାଦି କୁନ୍ଦା ଛକରୁ କର୍ମୀଙ୍କ ରାଲି ମୁଖ୍ୟ ରାସ୍ତାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିଭିନ୍ନ ନାରା ଦେବା ସହ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଦୀର୍ଘବର୍ଷ ହେଲା ସେମାନଙ୍କୁ ଠକି ଚାଲିଛନ୍ତି।

ଦାବି ପୂରଣ ଦିଗରେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁନଥିବା ସଂପାଦିକା ଅଭିଯୋଗ କରିଛନ୍ତି । ଦାବି ପୂରଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ ସଂପାଦିକା ଶାରଦା ପରୀଛା କହିଛନ୍ତି । ଭାରତୀୟ ମଜଦୁର ସଂଘ ଆବାହକ ଅଶୋକ ପରିଡ଼ା ଓ ରାଜ୍ୟ ସଂଗଠନ ସଂପାଦକ ଗିରିଶ ମହନ୍ତଙ୍କ ନେତୃତ୍ଵରେ ଏହି ରାଲି ଅନୁଷ୍ଠିତ ହୋଇଥିଲା ।

Spread the love