କାଲିଠାରୁ ସକାଳୁଆ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ସକାଳ ୭ ରୁ ଦିନ ୧୦ଟା ପର୍ଯ୍ୟନ୍ତ ପାଠ ପଢିବେ ଛାତ୍ରଛାତ୍ରୀ

ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଆସନ୍ତା କାଲିରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଠପଢ଼ା ସକାଳ ୭ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ଚାଲିବ । ବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ ଓ ଆବଶ୍ୟକ ପଡ଼ିଲେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରିପାରିବେ । ଏହି ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଯତ୍ନବାନ ହେବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତାକାଲିଠାରୁ ପୁଣି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢ଼େ ୧୧ ବଦଳରେ ସାଢ଼େ ୬ରୁ ୧୧ଟା ଯାଏଁ କ୍ଲାସ ଚାଲିବ। ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖି ଜିଲ୍ଲାପାଳମାନେ ଚାହିଁଲେ କ୍ଲାସ୍ ଟାଇମିଂରେ ପରିବର୍ତ୍ତନ କରିପାରିବେ। ଗତକାଲି ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିଲା । କାଲିଠୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିବ । ସ୍କୁଲରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିଥିଲା ।

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସହ୍ୟ ତାତି । ଯେପରି ଆକାଶରୁ ଅଗ୍ନିବର୍ଷା ହେଉଛି । ଏପଟେ ଖରାକୁ ବାହାରିବା ସମୟରେ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା ବା କପଡ଼ା ସମେତ ଛତା ଓ କଳା ଚଷମା ନେଇ ଘରୁ ବାହାରିବାକୁ ପରାମର୍ଶ ଦିଆଯାଉଛି । ପ୍ରବଳ ଖରା ହେବା ସମୟରେ ଘରୁ ନବହାରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ସକାଳ ୯ ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖରାରେ ନବାହରିବାକୁ କୁହାଯାଇଛି । ଅତି ଜରୁରୀ କାମ ଥିଲେ ସମସ୍ତ ପ୍ରକାରର ପ୍ରିକସନ ନେଇ ବାହାରକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର।

Spread the love