ସାବାସ ଅଙ୍କିତା: ବିଦେଶ ରେ ଓଡ଼ଶୀ ନୃତ୍ୟ ରେ ଦେଖାଇଲେ ଦମ

ଭୁବନେଶ୍ୱର, ୨୪/୪: ଓଡିଆ ଝିଅର କରାମତି। କେବଳ ଓଡିଶା ନୁହେଁ କି ଭାରତ ନୁହେଁ ସାରା ବିଶ୍ୱରେ ସେ ଆଜି ପରିଚିତ । ଦୃଢ ଇଛା ଶକ୍ତି ଆଉ କିଛି କରିବାର ମନୋବଳ ପାଇଁ ଆଜି ସେ ସମଗ୍ର ବିଶ୍ୱରେ ପରିଚିତ । ଓଡିଶୀ ଡ୍ୟାନ୍ସ କରି ସେ ସଫଳତା ପାଇବା ସହ ଅନ୍ୟକୁ ଶିଖାଉଛନ୍ତି । ଓଡିଆ ଝିଅ ଅଙ୍କିତା କୁମାରୀ ପିଲାଟି ଦିନରୁ ଓଡିଶୀ ପ୍ରତି ରୁଚି ରଖିଥିଲେ । ଦୃଢ ବିଶ୍ୱାସ ସହ ପ୍ରବଳ ପରିଶ୍ରମ କରି ସେ ବିଭିନ୍ନ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ଅଙ୍କିତା ଓଡିଶୀ ନୃତ୍ୟରେ ଦେଶ ତଥା ବିଦେଶରେ ନୃତ୍ୟ କରି ସୁନାମ ଅର୍ଜନ କରିଛନ୍ତି । ବର୍ତମାନ ସେ ଛୋଟ ପିଲାଠାରୁ ଆରମ୍ଭ କରି ବଡ ପିଲା ପର୍ଯ୍ୟନ୍ତ ସମସ୍ତଙ୍କୁ ସେ ଓଡିଶୀ ନୃତ୍ୟ ଶିଖାଉଛନ୍ତି । ମାଲେସିୟାରେ ହୋଇଥିବା ଇଣ୍ଡିଆନ ଡ୍ୟାନ୍ସ ଫେଷ୍ଟିଭାଲ, ଇଣ୍ଡୋନେସିଆ ଓ ମାଲେସିୟାରେ ହୋଇଥିବା ଭାରତ ଉତ୍ସବରେ ସେ ନିଜର ଦମ ଦେଖାଇଛନ୍ତି । ଉତାର୍ଧ ମହୋତ୍ସବ, ଚକ୍ରଧର ସମାରୋହ, ଓଡିଶାପ୍ରଭା ଗୋପାଳପୁର ବିଚ ଫେଷ୍ଟିଭାଲ, ଅନ୍ତର୍ଜାତୀୟ ଓଡିଶୀ ଡ୍ୟାନ୍ସ ଫେଷ୍ଟିଭାଲ ଲାର୍ଜେଷ୍ଟ ଡ୍ୟାନ୍ସ ଫେଷ୍ଟିଭାଲ ଗିନିସ ବୁକ ଅଫ ରେକର୍ଡ ପ୍ରତିଯୋଗିତାରେ ମଧ୍ୟ ସେ ନିଜର ଦମ ଦଖୋଇଛନ୍ତି । ୨୦୧୫ ମସିହାରେ ଦିଲ୍ଲୀ ଦୁରଦର୍ଶନ କେନ୍ଦ୍ର ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ୨୦୧୯ରେ ବିଶ୍ୱନାଥ ମେମୋରିଆଲ ଆୱାର୍ଡ, ରଙ୍ଗନାଥ ଦତାତ୍ରୟେ ବେନ୍ଦ୍ରେ ଆୱାର୍ଡ ଜିତିଛନ୍ତି । ୨୦୧୬ରେ ଲ୍ୟାନ୍ସ ଅଫ ଗ୍ୱାଲିୟର ସେ ଜିତିଥିଲେ । ଏହିପରି ସେ ଅନେକ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ସେ ଓଡିଶୀ ନୃତ୍ୟକୁ ନିଶା କରିଛନ୍ତି । ଦିଲ୍ଲୀରେ ସେ ଅବସ୍ଥାପିତ ହୋଇ ସେ ଏବେ ନୃତ୍ୟ ଶିଖାଉଛନ୍ତି। ଗୁରୁ ବିନାୟକ ପଣ୍ଡାଙ୍କଠାରୁ ସେ ନୃତ୍ୟ ଶିଖି ତାଙ୍କରି କଳାକୁ ସାରା ବିଶ୍ୱରେ ଦେଖାଉଛନ୍ତି । ଜୀବନ ଯୁଦ୍ଧରେ ଯେତେ କଷ୍ଟ ହେଲେ ମଧ୍ୟ ସେ ନିଜର କଳାକୁ ଆଗାମୀ ଦିନରେ ସେମିତି ଦେଖାଇ ଚାଲିଥିବେ ବୋଲି ଆଶା ରଖିଛନ୍ତି । ତାଙ୍କର ଏହି ପ୍ରତିଭା ପାଇଁ ଆଜି ଓଡିଶା ଗର୍ବିତ ।

Spread the love