ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କଲା ଇଡି

ମନି ଲଣ୍ଡି୍ରିଂ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ‘ଲୁକ୍‌ଆଉଟ୍‌’ ନୋଟିସ୍‌ ଜାରି କରିଛି। ଏହି ମାମଲାରେ ସିବିଆଇ ଦ୍ବାରା ଭ୍ରଷ୍ଟାଚାର ଏବଂ ଅଧିକାରୀ ପଦବୀର ଦୂରୁପଯୋଗ କରିବା ମାମଲାରେ ୨୧ ଏପ୍ରିଲରେ ଦେଶମୁଖଙ୍କ ବିରୋଧରେ ପ୍ରାଥମିକ ମାମଲା ଦାଏର କରିବା ପରେ ଇଡି ଯାଞ୍ଚ ଆରମ୍ଭ କରିଛି।

ଏହା ପୂର୍ବରୁ ‘ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ’ ଜାରି କରିଥିବା କେତେକ ସମନ୍‌କୁ ‘ଦି ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ନେତା ଦେଶମୁଖ ଏଡ଼ାଇ ଦେଇଥିଲେ। ଦେଶମୁଖଙ୍କୁ ଦେଶ ଛାଡ଼ି ଚାଲିଯିବାରେ ବାଧା ଦେବା ଲାଗି ଏହି ସର୍କ୍ୟୁଲାର୍‌ ଜାରି କରାଯାଇଥିବା କୁହାଯାଉଛି।

ଇଡି ଅନୁସାରେ ରାଜ୍ଯର ଗୃହମନ୍ତ୍ରୀ ଭାବେ ସେବା ପ୍ରଦାନ ସମୟରେ ଅନିଲ ଦେଶମୁଖ କଥିତ ଭାବେ ନିଜ ପଦର ଦୂରୁପଯୋଗ କରି ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେଙ୍କ ଜରିଆରେ ମୁମ୍ବାଇର ବିଭିନ୍ନ ବାର ଏବଂ ରେଷ୍ଟୁରାଣ୍ଟରେ ୪.୭୦ କୋଟି ଟଙ୍କା ହଡପ କରିଥିଲେ।

ଅଗଷ୍ଟ ୨୩ ତାରିଖରେ ମଧ୍ୟ ‘ସିବିଆଇ’ ଏହି ମାମଲାରେ ତାଙ୍କର ଦୁଇଜଣ ସହଯୋଗୀଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥି‌ଲା। ଦେଶମୁଖଙ୍କ ସହକାରୀ କୁନ୍ଦନ ସିନ୍ଦେ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ପଲାଣ୍ଡ। ଦେଶମୁଖଙ୍କ ନିର୍ଦେଶମତେ ଉଭୟ ଉକ୍ତ ଆର୍ଥିକ ଦୁର୍ନୀତି ଘଟଣାରେ ଭୂମିକା ନେଇଥିବା ଅଭିଯୋଗରେ ଜୁନ୍‌ ୨୬ ତାରିଖ ଦିନ ସେମାନଙ୍କୁ ‘ସିବିଆଇ’ ଗିରଫ କରିଥିଲା।
Spread the love