ବିକ୍ରି ହେଉଛି ଅନିଲ ଅମ୍ବାନୀଙ୍କ ଋଣରେ ବୁଡିଥିବା ଏହି କମ୍ପାନି, କିଣିବା ପାଇଁ ଦୌଡରେ ୪ ଫାର୍ମ

ନୂଆଦିଲ୍ଲୀ:  ଅନିଲ ଅମ୍ବାନୀଙ୍କ ଋଣରେ ବୁଡିଥିବା ରିଲାଏନ୍ସ କ୍ୟାପିଟାଲ୍‌ ଲିମିଟେଡ୍(ଆରସିଏଲ)ର ଅଧିଗ୍ରହଣ ପାଇଁ ୪ କମ୍ପାନୀ ରୁଚି ଦେଖାଇଛନ୍ତି। ଏହି ଚାରି କମ୍ପାନି ହେଉଛି ଇଣ୍ଡସଇଣ୍ଡ ବ୍ୟାଙ୍କ, ଆମେରିକୀ ସଂପତ୍ତି ପ୍ରବନ୍ଧନ କମ୍ପାନି ଆକଟ୍ରି କ୍ୟାପିଟାଲ୍, ଟୋରୋଣ୍ଟୋ ଗ୍ରୁପ ଏବଂ ବି ରାଇଟ୍ ଗ୍ରୁପ। ଏହି ସବୁ କମ୍ପାନି ନିଜର ଟେଣ୍ଡର ବିଡ୍ ଜମା କରି ସାରିଛନ୍ତି। ଆଠ ଅଲଗା ଅଲଗା କ୍ଷେତ୍ରରେ ବ୍ୟବସାୟ କରୁଥିବା କମ୍ପାନି ପାଇଁ ନିଲାମ ରାଶି ୪୦୦୦ କୋଟି ଟଙ୍କା ଭିତରେ ରହିଛି।

ସୂଚନା ଅନୁଯାୟୀ, ରିଲାଏନ୍ସ କ୍ୟାପିଟାଲ୍ ପାଇଁ ବିଡ୍ ଜମା କରିବାର ଅନ୍ତିମ ତାରିଖ ଅଗଷ୍ଟ ୨୯ ରହିଥିଲା। ଏହି ସମୟସୀମାକୁ ପାଞ୍ଚ ଥର ବଢା ଯାଇଥିଲା। ରିଲାଏନ୍ସ କ୍ୟାପିଟାଲ୍ ପାଇଁ  ଆରମ୍ଭରେ ୫୪ କମ୍ପାନି ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଦେବାଳିଆ ପ୍ରକ୍ରିୟା ଆଧାରରେ ଏବେ କେବଳ ଚାରି କମ୍ପାନି ବିଡ୍ ଜମା କରିଛନ୍ତି।

ନିଲାମ ଡାକ ପାଇଁ ଦୁଇଟି ବିକଳ୍ପ ଦିଆଯାଇଥିଲା। ପ୍ରଥମ ବିକଳ୍ପରେ ନିଲାମରେ ସାମିଲ୍ କମ୍ପାନିକୁ ଆରସିଏଲ ପାଇଁ ବିଡ୍ ଜମା କରାଯିବାର ଥିଲା। ଦ୍ଵିତୀୟରେ କମ୍ପାନିର ସ୍ଵତନ୍ତ୍ର କାର୍ଯ୍ୟକ୍ଷେତ୍ର ପାଇଁ ନିଲାମ ଡାକି ପାରିବେ। ସୂଚନା ଅନୁଯାୟୀ ପୀରାମଲ ଗ୍ରୁପ, ଜ୍ୟୁରିଖ ରେ ଏବଂ ଆମେରିକାର ଘରୋଇ ଇକ୍ୟୁଟି କୋଷ ଆଡଭେନ୍ଟ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସର କାରବାର ପାଇଁ ନିଲାମରେ ସାମିଲ୍ ହୋଇଛି।

Spread the love