ଆଜି ଅନୀଲ କପୁରଙ୍କ ଲାଡଲୀ ରିୟାଙ୍କ ବାହାଘର, ବଏଫ୍ରେଣ୍ଡଙ୍କୁ କରିବେ ଜୀବନସାଥୀ

ମୁମ୍ବାଇ ୧୪/୦୮ : ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ଖୁସି ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିବା ମାତ୍ରେ ଯେ କେହି ବି ସିନେ ପ୍ରେମୀ ଖୁସି ହୋଇଯିବେ। ବଲିଉଡ୍ ଇଣ୍ଡଷ୍ଟ୍ରିର ଏଭରଗ୍ରୀନ୍ ଅଭିନେତା ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା କପୁର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିୟା କପୁର ତାଙ୍କ ପ୍ରେମିକ କରଣ ବୁଲାନିଙ୍କୁ ବିବାହ କରିବାକୁ ଯାଉଛନ୍ତି। ରିୟା ଦୀର୍ଘ ଦିନ ଧରି କରଣ ବୁଲାନିଙ୍କୁ ଡେଟ୍ କରୁଥିଲେ। ଉଭୟ ପ୍ରାୟ ଦୀର୍ଘ ୧୩ ବର୍ଷ ଧରି ରିଲେସନସିପ୍ ରେ ଅଛନ୍ତି। ବର୍ତ୍ତମାନ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ରିୟା କପୁର ଓ କରଣ ବୁଲାନୀଙ୍କ ବିବାହ ଉତ୍ସବ ପ୍ରାୟ ୨ରୁ ୩ ଦିନ ଧରି ଚାଲିବ। ଯେଉଁଥିରେ କିଛି ବଛା ବଛା ଲୋକ ଯୋଗଦେବାର ସମ୍ଭାବନା ରହିଛି। ଏଥିରେ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ କେବଳ ଅଳ୍ପ କେତେକ ଅତିଥି ସାମିଲ ହେବେ।  ମହାମାରୀ କରୋନା ଯୋଗୁଁ ଏହା ସାଧାରଣ ଭାବେ କାର୍ଯ୍ୟକ୍ରମ ହେବାକୁ ଯାଉଛି। ରିୟା ଓ କରଣଙ୍କ ବିବାହରେ ବଲିଉଡ୍ ଇଣ୍ଡଷ୍ଟ୍ରୀର କିଛି ଲୋକମାନେ ମଧ୍ୟ ଯୋଗଦେବେ। ତେଣୁ ଏହି କାର୍ଯ୍ୟକ୍ରମରେ କମ୍ ଲୋକ ଯୋଗଦେବାର ସମ୍ଭାବନା ଅଛି। ତେବେ ଏପର୍ଯ୍ୟନ୍ତ କପୁର ପରିବାର ପକ୍ଷରୁ କୌଣସି ସେଭଳି ସୂଚନା ଦିଆଯାଇ ନାହିଁ।

କରଣ ବୁଲାନୀ ଜଣେ ଫିଲ୍ମ ନିର୍ମାତା ଭାବେ ଜଣାଶୁଣା । ଏପର୍ଯ୍ୟନ୍ତ କରଣ ୫୦୦ରୁ ଅଧିକ ବିଜ୍ଞାପନ କରିଛନ୍ତି । ଏହା ପୂର୍ବରୁ ରିୟା କପୁରଙ୍କ ଦ୍ୱାରା ନିର୍ମିତ ଫିଲ୍ମ ଆୟେଶା ଓ ୱେକ୍ ଅପ ସିଡ ରେ ସେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଛନ୍ତି ।

Spread the love