ପ୍ରେମିକ ଆକାଶଙ୍କ ସହ ‌କେଦାରନାଥ ଧାମ୍‌ ଯାଇଛନ୍ତି ‘ଲକ୍‌ ଅପ୍‌’ ଫେମ୍‌ ଅଞ୍ଜଳି

ମୁମ୍ବାଇ:  ୨୨ ବର୍ଷୀୟା ଅଞ୍ଜଳି ଆରୋରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରତିଦିନ ସେ ନିଜର ନିଆରା ଆଚରଣରେ ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି। ସେ ନିଜର ଦକ୍ଷତା ବଳରେ ଜଣେ ଜଣାଶୁଣା ସୋସିଆଲ୍‌ ମିଡିଆ ଇନ୍‌ଫ୍ଲୁଏନ୍ସର ହୋଇପାରିଛନ୍ତି। କେତେବେଳେ ତାଙ୍କୁ ରେଣୁକା ପାୱାରଙ୍କ ଗୀତରେ ନାଚୁଥିବା ଦେଖାଯାଏ ତ କେତେବେଳେ ସପ୍‌ନା ଚୌଧୁରୀଙ୍କ ଗୀତରେ ନାଚୁଥିବାର ଦେଖିବାକୁ ମିଳେ। ବର୍ତ୍ତମାନ ତାଙ୍କୁ କେଦାରନାଥରେ ତାଙ୍କ ପ୍ରେମିକ ଆକାଶଙ୍କ ସହ ଦେଖିବାକୁ ମିଳିଛି।

ଆମେ ଏହା ପୂର୍ବରୁ ଆପଣଙ୍କୁ ଜଣାଇଥିଲୁ ଯେ ଅଞ୍ଜଳି ଆରୋରା ଚାରି ଧାମ ଦର୍ଶନରେ ଯାଇଛନ୍ତି। କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ। ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଥିଲା।

ଯଦିଓ ‘ଲକ୍ ଅପ୍’ ଫେମ୍‌ ଅଭିନେତ୍ରୀ ନିଜେ ସେସବୁକୁ ଅପ୍‌ଲୋଡ୍‌ କରିନଥିଲେ, ମାତ୍ର ଭୋଲାନାଥଙ୍କ ପାଖକୁ ପ୍ରେମିକଙ୍କୁ ନେଇ ଯାଇଥିବା ଫଟୋକୁ ସେ ନିଜେ ହିଁ ସେୟାର୍‌ କରିଛନ୍ତି। ଏହି ଫଟୋଗୁଡ଼ିକୁ ଦେଖି ପ୍ରଶଂସକମାନେ ମଧ୍ୟ ଅନେକ ପ୍ରଶଂସା କରୁଛନ୍ତି।

ଅଞ୍ଜଳି ଆରୋରା ‘ଲପ୍ ଅପ୍’ରୁ ବାହାରକୁ ଆସିବା ପରେ ଆକାଶ ସନ୍ସୱାଲ ଲାଇମ୍ ଲାଇଟକୁ ଆସିଥିଲେ। ସୋ’ରେ ମୁନ୍ନାର୍‌ ଫାରୁକିଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା। ଏପରିକି ପ୍ରଶଂସକମାନେ ସେମାନଙ୍କ ନା‌ମରେ ହ୍ୟାସଟ୍ୟାଗ୍ ତିଆରି କରିବା ସହ ଅଞ୍ଜଳିଙ୍କୁ ଭାଉଜ ବୋଲି ଡାକିବା ଆରମ୍ଭ କରି ଦେଇଥିଲେ। ହେଲେ ସୋ’ ଶେଷ ହେବା ପରେ ଏହା ଜଣାପଡିଥିଲା ​​ଯେ ଉଭୟଙ୍କର ନିଜସ୍ୱ ପାର୍ଟନର ଅଛନ୍ତି।।

Spread the love