ସାମ୍ନାକୁ ଆସିଲା ଅଙ୍କିତା-ଭିକିଙ୍କ ବିବାହ କାର୍ଡ

ନୂଆଦିଲ୍ଲୀ ୦୪।୧୨ : ବର୍ତ୍ତମାନ ଗୋଟିଏ ପଟେ ବଲିଉଡ ଅଭିନେତା ଭିକି କୌଶଲ ଓ କ୍ୟାଟ୍ରିନା କୈଫ୍‌ ଦୁହେଁ ବିବାହ ବାନ୍ଧିବାକୁ ଯାଉଛନ୍ତି। ଏବଂ ଅନ୍ୟପଟେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଏହି ମାସରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ଭିକି ଜୈନଙ୍କ ବିବାହ କରିବାକୁ ଯାଉଛିନ୍ତି । ତେବେ  ଉଭୟ ସେଲିବ୍ରିଟି ଦମ୍ପତିଙ୍କ ବିବାହକୁ ନେଇ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । ନିକଟରେ ଶ୍ରଦ୍ଧା ଆର୍ଯ୍ୟ ତାଙ୍କ ଫ୍ୟାନ୍ସମାନଙ୍କ ପାଖରେ ଅଙ୍କିତାଙ୍କ ବିବାହ କାର୍ଡରଏକ ଭିଡିଓ ସେୟାର କରିଛନ୍ତି ।

ତେବେ ଶ୍ରଦ୍ଧା ଆର୍ଯ୍ୟ ଅଙ୍କିତାଙ୍କ ବିବାହ କାର୍ଡର ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯାହାକୁ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଏକ ଭିଡିଓକୁ ଅପଲୋଡ୍‌ କରିଛନ୍ତି । ଯେଉଁଥିରେ କାର୍ଡଟି ଖୁବ୍‌ ସୁନ୍ଦର ଦେଖାଯାଉଥିବା ବେଳେ ଏହି କାର୍ଡଟି ରୟାଲ୍ ବ୍ଲୁ ରଙ୍ଗର ହୋଇଛି । ଏହି କାର୍ଡରେ ରିସିଭରଙ୍କ ନାମ ଲେଖା ଯାଇଥିବା ସହ ଏହା ଖୋଲିବା ମାତ୍ରେ ବିବାହ କାର୍ଡରେ ଦମ୍ପତିଙ୍କ ନାମ ମଧ୍ୟ ସୁବର୍ଣ୍ଣ ରଙ୍ଗରେ ଲେଖା ହୋଇଛି । ସବୁଠାରୁ ବଡ କଥା ହେଉଛି ବିବାହ କାର୍ଡରେ ବିବାହର ତାରିଖ ଦେଖା ଯାଉ ନାହିଁ। କେବଳ କାର୍ଡ ଭିତରେ ‘ଡିସେମ୍ବର ୨୦୨୧’ ଲେଖା ହୋଇଛି। ଏହି ଭିଡିଓ ସେୟାର କରି ଶ୍ରଦ୍ଧା ଆର୍ଯ୍ୟ ଲେଖିଛନ୍ତି – ବର୍ତ୍ତମାନ ଏହା ମୋର ପ୍ରିୟ ଝିଅର ସମୟ ଆସିଛି । ଅଙ୍କିତା ଲୋଖଣ୍ଡେ ଏବଂ ଭିକି ଜୈନଙ୍କୁ ବହୁତ ବହୁତ ଶୁଭେଚ୍ଛା ।

Spread the love