ଜାତୀୟ ଟେଲିଭିଜନରେ ସ୍ବାମୀଙ୍କୁ ଗୋଇଠା ମାରି ଟ୍ରୋଲ୍‌ ହେଲେ ଅଙ୍କିତା ଲୋଖଣ୍ଡେ: ସଂସ୍କାର ଭୁଲିଲ କି ବୋଲି ପ୍ରଶ୍ନ କଲେ ସମାଲୋଚକ

ନୂଆଦିଲ୍ଲୀ: ‘ବିଗ୍ ବସ୍ ୧୭’ରେ ଅଙ୍କିତା ଲୋଖଣ୍ଡେ ଏବଂ ତାଙ୍କ ସ୍ୱାମୀ ଭିକି ଜୈନଙ୍କ କଳି ଏକ ସାଧାରଣ କଥା ପାଲଟିଗଲାଣି। ଦିନକୁ ଦିନ ଏହି ଦାମ୍ପତ୍ୟ କଳହ ବଢ଼ିବାରେ ଲାଗିଛି। ସେମାନଙ୍କ ମଧ୍ୟରେ ‘ବିଗ୍ ବସ୍ ୧୭’ ଗୃହରେ ଏବେ ହାଇ ଭୋଲଟେଜ୍ ଡ୍ରାମା ଚାଲିଛି। ତେବେ ଏବେ ଯେଉଁ କଥା ଦର୍ଶକଙ୍କୁ ବେଶି ଖରାପ ଲାଗିଛି ତାହା ହେଉଛି ସ୍ବାମୀଙ୍କ ପ୍ରତି ଅଙ୍କିତାଙ୍କ ବ୍ୟବହାର। ଜାତୀୟ ଟେଲିଭିଜନରେ ଅଙ୍କିତା ତାଙ୍କ ସ୍ବାମୀ ଭିକି ଜୈନଙ୍କୁ ଗୋଇଠା ମାରିଥିବାର ଦେଖିବାକୁ ମିଳିଛି। ଯାହାକି ଦର୍ଶକଙ୍କୁ ନିରାଶ କରିଛି।

ଆପଣ ଜାଣିଥିବେ ନିଶ୍ଚୟ ଯେ ‘ବିଗ୍‌ବସ୍‌’ ଗୃହରେ ଅଙ୍କିତା ଦିଲ୍‌ ରୁମ୍‌ରେ ଥିବା ବେଳେ ଦିମାଗ୍‌ ରୁମ୍‌କୁ ପଳାଇଛନ୍ତି ଭିକି। ଅଙ୍କିତାଙ୍କୁ ରାଗ ଆସୁଛି ଏଥିପାଇଁ ଯେ ରୁମ୍‌ ପରିବର୍ତ୍ତନ ସତ୍ତ୍ବେ ବି ଭିକି ଖୁସି ଅଛନ୍ତି। କାରଣ ସେ ନିଜେ ସ୍ବାମୀଙ୍କଠାରୁ ଅଲଗା ହେଉଥିବାରୁ ଦୁଃଖୀ ହୋଇ ଯାଇଛନ୍ତି। ରାଗରେ ଆସି ଅଙ୍କିତା ଭିକିଙ୍କୁ କହୁଛନ୍ତି ଯେ ଭୁଲିଯାଅ ଯେ ଆମେ ବିବାହିତ ବୋଲି।

ଭିକି ଯେବେ ପତ୍ନୀଙ୍କୁ ବୁଝାଇବାକୁ ଆସୁଛନ୍ତି ତ ଅଙ୍କିତା ରାଗରେ ତାଙ୍କୁ ଗୋଇଠା ମାରୁଛନ୍ତି ଓ କହୁଛନ୍ତି କି ସାମ୍ନାରୁ ପଳାଅ ନହେଲେ ଗୋଇଠ ମାରିବି। ଅଙ୍କିତାଙ୍କ ଏହି ଆଚରଣ ଦର୍ଶକଙ୍କୁ ‌ଆଦୌ ପସନ୍ଦ ଆସିନାହିଁ। ଜାତୀୟ ଟେଲିଭିଜନରେ ସ୍ବାମୀଙ୍କୁ ଗୋଇଠା ମାରିବା କେତେ ଠିକ୍‌ ବୋଲି ଅନେକ ବ୍ୟବହାରକାରୀ ପ୍ରଶ୍ନ କରିଥିବା ବେଳେ ଏବେ ଅଭିନେତ୍ରୀଙ୍କୁ ଟ୍ରୋଲ୍‌ କରାଯାଉଛି। କେହି କେହି ତାଙ୍କୁ ସଂସ୍କାର ଭୁଲିଗଲ କି? ବୋଲି ପ୍ରଶ୍ନ ବି କରିଛନ୍ତି।

Spread the love