ପୁଣି ଅନସନରେ ବସିଲେ ଆନ୍ନା, ଦୋହରାଇଲେ ଲୋକପାଳ ବିଲ୍

ଲୋକପାଳ ଓ ଅନ୍ୟନ୍ୟା ଦାବି ନେଇ ମହାରାଷ୍ଟ୍ରର ରାଲେଗାଁଓ ସିଦ୍ଧିରେ ଆଜି ପୁଣି ଥରେ ସମାଜସେବୀ ଆନ୍ନା ହଜାରେ ଅନଶନ ଆରମ୍ଭ କରିଛନ୍ତି । ସକାଳ 10ଟାରୁ ଏହି ଅନଶନ ଆରମ୍ଭ କରିଛନ୍ତି । ତେବେ ଆନ୍ନା ହଜାରେ ଅଭିଯୋଗ ଆଣିଛନ୍ତି, ଲୋକପାଳଙ୍କୁ କାର୍ଯ୍ୟକାରୀ କରିବା ଲାଗି ମୋଦି ସରକାର କିଛି ବି କରିନାହାନ୍ତି । ଏଥିପାଇଁ ସରକାରଙ୍କ ଆନ୍ତରିକତା ବି ନାହିଁ ।

2011-12 ରେ ମଧ୍ୟ କେନ୍ଦ୍ରସରକାରଙ୍କ ବିରୋଧରେ ଆନ୍ନା ହଜାରେ ଆନ୍ଦୋଳନ କରିଥିଲେ । 2013ରେ ଲୋକପାଳ ନେଇ ହଜାରେ ବଡ ଆନ୍ଦୋଳନ କରିଥିଲେ । ପାର୍ଲାମେଂଟରେ ଲୋକପାଳ ବିଲ ପାଶ ହୋଇଯାଇଥିଲେ ବି ଏହା ଏ ଯାଏଁ କାର୍ଯ୍ୟକାରୀ ହୋଇନାହିଁ ।

ଆନ୍ନା କହିଛନ୍ତି କି, ଏଥର ଧର୍ମଘଟରେ ସେ କୌଣସି ରାଜନୈତିକ ନେତୃବୃନ୍ଦଙ୍କ ଯୋଗଦାନ ଚାହାନ୍ତି ନାହିଁ। ମଞ୍ଚରେ ଆମ ସହ କୌଣସି ରାଜନୈତିକ ନେତାଙ୍କୁ ଆମ ସହ ଦେଖିବାକୁ ଚାହୁଁ ନାହୁଁ। ଲୋକପାଳ କଟକଣା କରିବାକୁ ସେମାନେ ତିନି ଦିନ ମଧ୍ୟରେ ଆଉ ଏକ ଆଇନ୍ ପାସ୍ କରି ଏଥିରେ ରାଷ୍ଟ୍ରପତିଙ୍କ ଦସ୍ତଖତ ମଧ୍ୟ କରାଇ ନେଲେ। କିନ୍ତୁ ଲୋକପାଳ ନିଯୁକ୍ତି ନିମନ୍ତେ 5 ବର୍ଷ ଧରି ସେମାନେ କିଛି କରି ନାହାନ୍ତି।

ଯଦି ଲୋକେ ପ୍ରମାଣ ଦେବେ ଲୋକପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଇ ପାରିବ, ସେମିତି ଯଦି କେହି ସେମାନଙ୍କ ବିରୋଧରେ ପ୍ରମାଣ ଦିଅନ୍ତି ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ ବିଧାୟକ ବିରୋଧରେ ମଧ୍ୟ ଲୋକାୟୁକ୍ତ ତଦନ୍ତ କରି ପାରିବେ। ସେଥିପାଇଁ ସେମାନେ ଏହା ଚାହୁଁ ନାହାନ୍ତି।

 
Spread the love