ଧର୍ମବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ଭୁବନେଶ୍ୱର/ଖଣ୍ଡଗିରି :ଖଣ୍ଡଗିରି ନିକଟ ଧର୍ମବିହାର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଶନିବାର ସନ୍ଧ୍ୟାରେ ଅନୁଷ୍ଠାନ ପରିସରରେ ପାଳିତ ହୋଇଛି।

ମୁଖ୍ୟ ଅତିଥି ଭାବେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବୈଜ୍ଞାନିକ ପଦ୍ମଶ୍ରୀ ଡ. ଆଦିତ୍ୟ ପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଡ. ଜ୍ୟୋତିରଞ୍ଜନ ଦାସ, ମୁଖ୍ୟବକ୍ତା ଭାବେ ଆର ଏସ ଏସ ପୂର୍ବ ପ୍ରାନ୍ତ ପ୍ରାକ୍ତନ ଅଧ୍ୟକ୍ଷ ଅନିଲ କୁମାର ମିଶ୍ର ମଞ୍ଚାସୀନ ଥିଲେ। ବିଦ୍ୟାଳୟ ପରିଚାଳନା ସମିତି କୋଷାଧ୍ୟକ୍ଷ ନାରାୟଣ ଚୌଧୁରୀ ଅତିଥି ପରିଚୟ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ବାର୍ଷିକ ବିବରଣୀ ପଠନ କରିଥିଲେ। ପରିଚାଳନା ସମିତି ସଭାପତି ଶ୍ରୀନିବାସ ମାନସିଂହ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟଗୀତ ପରିବେଷିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା ସହଯୋଗ କରିଥିଲେ।

Spread the love