ସଂସଦରେ ହଙ୍ଗାମା : ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଏକାଧିକ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି

ଲୋକସଭାରେ ହଙ୍ଗାମା କାରଣରୁ ବିରୋଧୀ ଦଳର ୩୩ ସାଂସଦଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ଓମ ବିର୍ଲା । ଶୀତକାଳୀନ ଅଧିବେଶନରେ ଏମାନେ ଆଉ ଗୃହକାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ । ସସପେଣ୍ଡ ହେଇଥିବା ସାସଂଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ସାସଂଦ ଅଧୀର ରଞ୍ଜନ ଚୌଧୁରୀ । ଏହି ସାଂସଦଙ୍କୁ ଗୃହରୁ ନିଲମ୍ବିତ କରିବାକୁ ପ୍ରସ୍ତାହ ଆଣିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ଆଉ ଏହା ଧ୍ୱନିମତରେ ମଞ୍ଜୁର ହୋଇଥିଲା । ପୂର୍ବରୁ ଜଣେ ରାଜ୍ୟସଭା ଓ ୧୩ ଜଣ ଲୋକସଭା ସାସଂଦଙ୍କୁ ସସପେଣ୍ଡ କରାଯାଇଥିଲା । ବର୍ତମାନ ସୁଦ୍ଧା ହଙ୍ଗାମା କାରଣରୁ ୪୭ ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇସାରିଲାଣି ।

Spread the love