ଆଜି ୧୫ ଜିଲ୍ଲାରୁ ୮୦ କରୋନା ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଆଉ ୮୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା  ଦିଆଯାଇଛି । ସୁସ୍ଥ ହୋଇଥିବା ୮୦ଜଣ ଆକ୍ରାନ୍ତଙ୍କ ମଧ୍ୟରେ ପୁରୀରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ମାଲକାନଗିରିରୁ ୧୬ଜଣ, କଟକରୁ ୭ଜଣ, ନୟାଗଡ଼, ସୋନପୁର, ସୁନ୍ଦରଗଡ଼,କେନ୍ଦୁଝର, ଓ ଝାରସୁଗୁଡ଼ାରୁ ୩ଜଣ ଲେଖାଏଁ ରହିଛନ୍ତି।ସେହିପରି ଗଞ୍ଜାମ, କନ୍ଧମାଳ ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ ଏବଂ ବଲାଙ୍ଗୀର ,ଜଗତସିଂହପୁର ଓ ନବରଙ୍ଗରପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ୮୦ଜଣଙ୍କ ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହାପରେ ସମସ୍ତଙ୍କୁ ହସ୍‌ପିଟାଲ୍‌ରୁ ଛୁଟି ଦେବା ସହିତ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି।
୮୦ଜଣ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ସର୍ବମୋଟ ୧୩୨୫ଜଣ କରୋନା ଆକ୍ରାନ୍ତ ଏଯାବତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଆଜି ପୁଣି ୧୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି। ଏମାନଙ୍କ ଭିତରୁ ୩୧ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୧୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୧୮ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମାତ୍ର ୭୪ଟି ନମୁନାରୁ ଜଣେ ପଜିଟିଭ୍‌ ଚିହ୍ନଟ କରାଯାଉଥିବା ଜଣାପଡ଼ିଛି। ଏହାରି ଭିତରେ ପ୍ରତିଦିନ କରୋନା ଆକ୍ରାନ୍ତ ସୁସ୍ଥ ହେବା ଏକ ଖୁସି ଖବର ବୋଲି କୁହାଯାଉଛି।

Spread the love