ମତେ ମାରି ସାରିଲଣି, ଆଉ ମରିବାକୁ ନେଇ ଡରାଅ ନାହିଁ: ଅନୁଭବ

କଟକ ୦୭।୦୬ : ପୁଣି ସାମ୍ନାକୁ ଆସିଲା ଅନୁଭବଙ୍କ ଆଉ ଏକ ଭିଡିଓ । ନିଜର ୟୁଟ୍ୟୁବ ଚ୍ୟାନେଲ୍‌ ମାଧ୍ୟମରେ ଏହି ଭିଡିଓଟିକୁ ଅପଲୋଡ଼ କରିଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି । ଏପିରିକି ତାଙ୍କ ରୁମ୍‌ରେ ଲାଗିଥିବା କିଛି ଫଟୋ ଫ୍ରେମ୍‌ ମଧ୍ୟ ଦେଖାଇଥିଲେ । ଭିଡିଓରେ କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରିଛନ୍ତି ଅନୁଭବ । ମୁଁ ବୋହୁତ ବୋଝ ନେଲିଣି । ମତେ ମାରି ସାରିଲଣି  । ଆଉ ମରିବାକୁ ନେଇ ଡରାଅ ନାହିଁ  । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି  । ଆଇନକୁ ମୁଁ ବିଶ୍ବାସ କରେ । ମୁଁ ଏବଂ ମୋ ପରିବାର ପୁଣି ଥରେ ନୂଆ ସୂର୍ଯ୍ୟଦୋୟ ଦେଖିବ ବୋଲି ଆଶା କରୁଛି ।

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କୋର୍ଟ ଉଭୟ ବର୍ଷା ଓ ଅନୁଭୁବଙ୍କୁ ତାଗିଦ୍‌ କରିଥିଲେ । ସୋସିଆଲ୍‌ ମିଡିଆରେ ଉଭୟ ମନ୍ତବ୍ୟ ନଦେବାକୁ କୋର୍ଟ କହିଥିଲେ । ଏପିରିକି କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ମାନ୍ୟବର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

Spread the love