ସାମ୍ନାକୁ ଆସିଲା ନିରଞ୍ଜନ ସେଠୀଙ୍କ ଏକ ଭିଡିଓ, ପୁରୀ ସମୁଦ୍ରରେ ଚାଲିଛି ସୁଟିଂ

ଭୁବନେଶ୍ୱର ୩୦।୦୩:  କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା । ସାମ୍ନାକୁ ଆସିଲା ନିରଞ୍ଜନ ସେଠୀଙ୍କ ଏକ ଭିଡିଓ । ଏହି ଭିଡିଓଟି ପୁରୀ ସମୁଦ୍ରରେ ସୁଟିଂ ହୋଇଥିବା ଜଣାପଡିଛି । ଏହା ଏକ ସର୍ଟ ଫିଲ୍ମ ହୋଇଥିବା ବେଳେ ମାନସ ଏହାର ସୁଟିଂ କରିଥିବା ଜଣାପଡିଛି । ଯେଉଁଥିରେ ନିରଞ୍ଜନ ସେଠୀ ଜଣେ ଶିଶୁକୁ ପାଣି ଭିତରୁ ଧରି ଆସୁଛନ୍ତି ଏବଂ ତାଙ୍କ ଆଖପାଖରେ କିଛି ମହିଳା ମଧ୍ୟ ଥିବା ଦେଖିବାକୁ ମିଳିଛି । ତେବେ ଭିଡିଓଟି କେବେକାର , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ସେପଟେ ଘଟଣାର ଖୋଲତାଡ କରୁଛି କ୍ରାଇମ୍‌ବ୍ରାଞ୍ଚ । ଦ୍ବିତୀୟ ଦିନରେ ଶର୍ମିଷ୍ଠାଙ୍କୁ ଚାଲିଛି ଜେରା।  ବୁଧବାର ଦିନ ଜେରା ବେଳେ ମେମୋରି ଚିପ୍ ଏବଂ ଘଟଣାରେ ଅନ୍ୟ କେଉଁ ମାନେ ସାମିଲ ହୋଇଛନ୍ତି ସେନେଇ ପଚରାଉଚରା କରାଯିବର ସୂଚନା ମିଳିଛି । ଏଥିସହିତ ସମସ୍ତ ୪ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି ଜେରା କରାଯାଇପାରେ । ତେବେ ସିନ୍ ରିକ୍ରିଏସନ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ମାଷ୍ଟରମାଇଣ୍ଡ ଶର୍ମିଷ୍ଠା, ନିରଞ୍ଜନ ସେଠୀଙ୍କ ସମେତ ୪ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ । ଗତକାଲି କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ଏମାନଙ୍କୁ ଅଣାଯିବା ପରେ ଘନ ଘନ ଜେରା ଚାଲିଛି ।

Spread the love