କଟକ ପାରିବାରିକ ଅଦାଲତରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ

କଟକ ପାରିବାରିକ ଅଦାଲତରେ ବର୍ଷାଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ । ଏଭଳି ପ୍ରଶ୍ନକୁ ବିରୋଧ କଲେ ବର୍ଷାଙ୍କ ଓକିଲ । ଏଭଳି ପ୍ରଶ୍ନ ନାରୀର ସମ୍ମାନରେ ଆଞ୍ଚ ଆଣୁଛି। ଅନୁଭବଙ୍କ ଓକିଲ ବର୍ଷାଙ୍କୁ ଇଂରାଜୀରେ ଉତ୍ତର ରଖିବାକୁ କହିଥିଲେ । ବର୍ଷା କିନ୍ତୁ ଓଡ଼ିଆରେ ଉତ୍ତର ରଖିବେ ବୋଲି କୋର୍ଟଙ୍କୁ ଜଣାଇଥିଲେ ।

ଆଜି ଜେରା ଅସମ୍ପୂର୍ଣ୍ଣ ଥିବାରୁ ଆସନ୍ତାକାଲି ପୁଣି ଜେରା ହେବ ବୋଲି ସୂଚନା ଦେଇଛନ୍ତି ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ । ସେପଟେ ଅନୁଭବଙ୍କ ଜେରା ବେଳେ ଏସବୁ ପ୍ରଶ୍ନ ପଚରାଯାଏ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା।

Spread the love