କଟକ,20/12 : ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖିଲେ ଅଭିନେତା- ସାଂସଦ ଅନୁଭବ ମହାନ୍ତି। ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣା ସଂପର୍କରେ ଦର୍ଶାଇଛନ୍ତି ଅନୁଭବ। ସେ ଚିଠିରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ମଧ୍ୟ ଦର୍ଶାଇଛନ୍ତି। କିଛି ଦିନ ତଳେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନରେ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।