ଚର୍ଚ୍ଚିତ ବିବାହ ବିଚ୍ଛେଦ ମାମଲାରେ ଟ୍ବିଷ୍ଟ, ଅନୁଭବ ଓ ବର୍ଷାଙ୍କ ପାଇଁ ହାଇକୋର୍ଟରୁ ଆସିଲା ଏପରି ନିର୍ଦ୍ଦେଶ

କଟକ ୨୬।୮: ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆଜି ଆଉ ଏକ ମୋଡ଼ ନେଇଛି । ଅନୁଭବଙ୍କ ଆବେଦନ ଉପରେ ପୂର୍ଣ୍ଣଛେଦ ଟାଣିବା ସହ ଆଜି ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଯେହେତୁ ପାରିବାରିକ ଅଦାଲତରେ ଶୁଣାଣି ପ୍ରକ୍ରିୟା ଆରମ୍ଭ ହେବା ଅବସ୍ଥାରେ ଅଛି, ତେଣୁ ସେ ସଂକ୍ରାନ୍ତରେ ଆଉ କିଛି ନିର୍ଦ୍ଦେଶ ଦେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ବର୍ଷା ଏବଂ ଅନୁଭବ ପରସ୍ପରକୁ ଦୋଷାରୋପ କରି ଫାମିଲି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ତେବେ ମାମଲାର ଶୁଣାଣି ହେବା ଆଗରୁ ଉଭୟଙ୍କୁ କଂସିଲେଶନ ଜରିଆରେ ବିବାଦର ଅନ୍ତ ଘଟାଇବା ଲାଗି ସୁଯୋଗ ଦେଇଥିଲେ ଅଦାଲତ । ଏକାଧିକ ବାର କନ୍ସିକେଶନ ପାଇଁ ଉଭୟ ଆସିଥିଲେବି ତାହା ଫଳପ୍ରଦ ହୋଇନଥିଲା । ତେବେ ଅନେକ ବାର୍ କଂସିଲେଶନ ପାଇଁ ବର୍ଷା ଅନୁପସ୍ଥିତ ରହୁଥିବାର ସାନି ଅଭିଯୋଗ କରିଥିଲେ ଅନୁଭବ ।

ଫାମିଲି କୋର୍ଟ ମାମଲାର ତ୍ବରିତ ଶୁଣାଣି କରନ୍ତୁ ବୋଲି ଆବେଦନ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ଯାହାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେଣେ ଅନୁଭବଙ୍କ ଓକିଲ କହିଛନ୍ତି ଯେ, ନିମ୍ନ ଅଦାଲତରେ କନ୍ସିଲେଶନ ପ୍ରକ୍ରିୟା ଏକ ପ୍ରକାର ବନ୍ଦ ହୋଇସାରିଛି । ଉଭୟ ପକ୍ଷଙ୍କ ଆବେଦନ ଉପରେ ଶୁଣାଣି ଆରମ୍ଭ ହେବାକୁ ଯାଉଛି । ତେଣୁ ଆଗକୁ କଟକ ଫାମିଲି କୋର୍ଟରେ କେମିତି ତ୍ବରିତ ଶୁଣାଣି ହୋଇପାରିବ ସେନେଇ ଆମେ ଚେଷ୍ଟା କରିବୁ ।

Spread the love