ବର୍ଷା.. ଆମ ବିବାହ ବିଛେଦ ନିଶ୍ଚିତ, ତେବେ କାହିଁକି ସମ୍ମାନଜନକ ଭାବେ ଅଲଗା ହେବାନାହିଁ ? : ଅନୁଭବ

ପୁଣି ଅନୁଭବଙ୍କ ଭାବପ୍ରବଣ ଟ୍ବିଟ୍। ବର୍ଷାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଛନ୍ତି ଅନୁଭବ। ଅଭିନେତା ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଭିତରେ ସେ ସୋସିଆଲ ମିଡିଆରେ ପୁଣି ଏକ ପୋଷ୍ଟ କରିଛନ୍ତି । ବର୍ଷାଙ୍କ ବିବାହ ପରେ ବିଦାୟ ବେଳର ଏକ ଫଟୋ ପୋଷ୍ଟ କରିଛନ୍ତି ଅନୁଭବ। ତାଙ୍କୁ ଟ୍ୟାଗ କରି ଲେଖିଛନ୍ତି, ମୁଁ ତୁମକୁ ହୃଦୟରୁ ଭଲ ପାଏ। ଆମ ବିବାହ ବିଛେଦ ନିଶ୍ଚିତ, ତେବେ କାହିଁକି ସମ୍ମାନଜନକ ଭାବେ ଅଲଗା ହେବାନାହିଁ ? ଆମ ବିବାହ ବିଛେଦ ଆହୁରି ତିକ୍ତ ହେଉ ବୋଲି ମୁଁ ଚାହୁଁନଥିଲି।  ବିଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହି ପାରିବାନି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ତେବେ ଏହା ସମ୍ମାନଜନକ ହେଉ,ତିକ୍ତ ନହେଉ ବୋଲି ଲେଖିଛନ୍ତି ଅନୁଭବ। ଏହାସହ ବର୍ଷାଙ୍କ ପାଇଁ ପ୍ରଣାମ ମୁଦ୍ରାର ଇମୋଜି ପୋଷ୍ଟ କରିଛନ୍ତି। ଆହୁରି ମଧ୍ୟ ତୁରନ୍ତ ଉତ୍ତର ଦେବାକୁ ଲେଖିଛନ୍ତି। ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେବ ପାରିବାରିକ ବିବାଦ ଲାଗି ରହିଛି। ଯାହା କୋର୍ଟରେ ପହଞ୍ଚିଛି`

Spread the love