ଜିଲ୍ଲା ଅତିରିକ୍ତ ଦୌରା ଜଜ୍ ଓ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ଏବଂ ପରିବାର ବିଚାର ବିଭାଗୀୟ ଅଦାଲତ ଉଦଘାଟନ

ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ ): ଅନୁଗୁଳରେ ଆରମ୍ଭ ହେଲା ଜିଲ୍ଲା ଅତିରିକ୍ତ ଦୌରା ଜଜ ଓ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ଏବଂ ପରିବାର ବିଚାର ବିଭାଗୀୟ ଅଦାଲତ ।  ମାନ୍ୟବର ନ୍ୟାୟାଧୀଶ ଓଡିଶା ହାଇକୋର୍ଟ ଜଷ୍ଟିସ ବିଶ୍ୱନାଥ ରଥ ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅନୁଗୁଳ କୋର୍ଟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୃତ୍ତିକୁ ମଧ୍ୟ ଅନାବରଣ କରିଥିଲେ । ଆଜି ଦିନ ପରେ ୧୧ ଟା ସମୟରେ ମୁଖ୍ୟ ଅତିଥି ଅନୁଗୁଳ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କୋର୍ଟ ପରିସରରେ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ ପରେ ଆରମ୍ଭ ହୋଇଥିଲା ଉଡଘାଟନୀ ଉତ୍ସବ ।

anugul

ପ୍ରଥମେ ଅନୁଗୁଳ କୋର୍ଟର ମୁଖ୍ୟଭାଗରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ ମୁଖ୍ୟ ଅତିଥି । ପରେ   ତଳ ମହଲାରେ ଜିଲ୍ଲା ଅତିରିକ୍ତ ଦୌରା ଜଜ ଓ ସ୍ୱତନ୍ତ୍ର ଦୁର୍ନୀତି ନିବାରଣ ବିଚାର ବିଭାଗୀୟ ଅଦାଲତକୁ ଉଦଘାଟନ କରା ଯାଇଥିଲା । ଏହାପରେ ଦ୍ୱିତୀୟ ମହଲାରେ  ପରିବାର (ଫ୍ୟାମିଲି) କୋର୍ଟକୁ ଉଦଘାଟନ କରାଯାଇଥିଲା ।

ଆଜିର ଏହି ଉଦଘାଟନୀ ଉତ୍ସବ ସମୟରେ ମୁଖ୍ୟ ଅତିଥିଙ୍କ ସହ ଅନୁଗୁଳ କୋର୍ଟର ସମସ୍ତ ମାନ୍ୟବର ଜଜ , ଅନୁଗୁଳ ଜିଲ୍ଲାପାଳଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ । ଅନୁଗୁଳରେ ଏହି ଦୁଇ କୋର୍ଟ ଉଦଘାଟନ ଅନୁଗୁଳ ପାଇଁ ନିହାତି ଏକ ଖୁସି ଖବର । କାରଣ ପୂର୍ବରୁ ଏଥିପାଇଁ ଅନୁଗୁଳବାସୀଙ୍କୁ ଢେଙ୍କାନାଳ ଓ କଟକ ଯିବାକୁ ପଡୁଥିଲା । ଏହି କୋର୍ଟ ହେବା ଦ୍ୱାରା ଆଉ ଲୋକଙ୍କୁ ଅନ୍ୟ ଜିଲ୍ଲାକୁ ଯିବାକୁ ପଡ଼ିବ ନାହିଁ ।

Spread the love