ଆସନ୍ତା ୮ରୁ ନବମ ଅନୁଗୁଳ ମହୋତ୍ସବ

ଅନୁଗୁଳ ୦୩।୦୪: ଆସନ୍ତା ୮ତାରିଖରୁ ଆରମ୍ଭ ହେବ ଅନୁଗୁଳ ମହୋତ୍ସବ । ନବମ ଅନୁଗୁଳ ଜିଲ୍ଲା ମହୋତ୍ସବ ପାଇଁ ଆରମ୍ଭ ହୋଇଛି ମଶାଲ ଶୋଭାଯାତ୍ରା । ଏହି ମଶାଲ ଶୋଭାଯାତ୍ରା ଆଠମଲ୍ଲିକର ବିନିକେଇ, ସାତକୋଶିଆ ଟିକରପଡା ଥିବା ଶିବମନ୍ଦିର, ପାଲଲହଡାର ଖୁଲୁଡି ଏବଂ ଛେଣ୍ଡିପଦାରୁ ବାହାରି ତାଳଚେର ହିଙ୍ଗୁଳା ମନ୍ଦିରରେ ପହଁଚିଛି। ବାଟରେ ମଶାଲ ଶୋଭାଯାତ୍ରାରେ ଶହ ଶହ ଲୋକ ମଶାଲକୁ ବନ୍ଦାପନା କରିଥିଲେ।

ତେବେ ଏହି ମଶାଲ ଗୁଡିକୁ ମା ହିଙ୍ଗୁଳାଙ୍କ ଠାରେ ପୂଜାର୍ଚ୍ଚନା କରାଯାଇ କିଭଳି ଭାବେ ସୁରୁଖୁରୁରେ ଅନୁଗୁଳ ମହୋତ୍ସବ ସୂଚାରୁ ରୂପେ ପାଳନ ହେବ କାମନା କରାଯାଇଛି। ଏହି ମହୋତ୍ସବ ଆସନ୍ତା ୮,୯, ୧୦ ତାରିଖରେ ଅନୁଷ୍ଠିତ ହେବ। ଏହି ମହୋତ୍ସବରେ ସ୍ଥାନୀୟ କଳାକାରଙ୍କ ସହ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତିଷ୍ଠିତ କଳାକାର ସେମାନଙ୍କର ନୃତ୍ୟକଳା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ ଲୋକେ ୫ ଦିନ ବ୍ୟାପି ପଲ୍ଲୀଶ୍ରୀ ମେଳାରୁ ଘରକରଣା ସାମଗ୍ରୀ କିଣିବାର ସୁଯୋଗ ପାଇପାରିବେ ବୋଲି ମହୋତ୍ସବର ଆୟୋଜକ କହିଛନ୍ତି।

Spread the love