ଅନୁପଙ୍କୁ ବିଜେଡ଼ିରୁ ବିଦା କଲେ ମୁଖ୍ୟମନ୍ତ୍ରୀ

ବିଜେଡ଼ିରୁ ଅନୁପ ସାଏ ବହିଷ୍କୃତ । ମା ଓ ଝିଅ ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ଆଜି ଗିରଫ କରିଛି ଛତିଶଗଡ଼ ପୋଲିସ ।

ଅନୁପଙ୍କ ଗିରଫର କିଛି ସମୟ ପରେ ତାଙ୍କ ଠାରୁ ବିଜେଡ଼ି ତୁଟାଇଲା ସବୁ ସମ୍ପର୍କ । ଉଭୟ ଦଳ ଓ ନିଗମ ଅଧ୍ୟକ୍ଷ ପଦରୁ ତାଙ୍କୁ ହଟାଇ ଦିଆଯିବା ସହ ବିଜେଡି ଦଳର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଆଜି ତାଙ୍କୁ ବହିଷ୍କାର କରାଯାଇଛି ।

ଅନୁପ କଂଗ୍ରେସରୁ ବ୍ରଜରାଜ ନଗର ବିଧାନସଭା ଆସନରୁ ୩ଥର ବିଧାୟକ ହୋଇଥିଲେ ହେଲେ ୨୦୧୪ ରେ ସେ ବିଜେଡିରେ ଯୋଗ ଦେଇଥିଲେ ।ଏବେ ପୋଲିସ ହେପାଜତରେ ଅଛନ୍ତି ଅନୁପ ସାଏ ।୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ଭାବେ ବ୍ରଜରାଜନଗର ରୁ କଂଗ୍ରେସ ବିଧାୟକ ଭାବେ ଜିତି ଆସୁଥିଲେ । ୨୦୧୪ ରେ କଂଗ୍ରେସ ଛାଡି ବିଜେଡି କୁ ଡେଇଁଥିଲେ । ବିଜେଡି ରୁ ୨୦୧୪ ନିର୍ବାଚନ ରେ ପାର୍ଥି ହୋଇଥିଲେ ବି ସେ ଜିତିପାରି ନଥିଲେ । ଗତ କାଲି ରାତିରେ ମା’ ଓ ଝିଅ ହତ୍ୟା ଘଟଣାରେ ଛତିଶଗଡ଼ ପୋଲିସ ଅନୁପଙ୍କୁ ଗିରଫ କରିବା ପରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ଦଳରୁ ବିଦା କରିଛନ୍ତି ।

Spread the love