ବୁଝାସୁଝା ପରେ ଧାରଣାରୁ ଉଠିଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା ,ଗତକାଲିଠାରୁ ଝାରସୁଗୁଡା ଜିିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିବା ଅନୁପ ସାଏଙ୍କ ପରିବାର ଜିିଲ୍ଲାପାଳଙ୍କ ବୁଝାସୁଝା ପରେ ଧାରଣାରୁ ଉଠିଛନ୍ତି। ପ୍ରାୟ ୨୨ ଘଣ୍ଟା ଧରି ଧାରଣାରେ ବସିଥିବା ବହୁଚର୍ଚ୍ଚିତ କଳ୍ପନା ଓ ବବଲି ଡବଲ ମର୍ଡର ଘଟଣାରେ ଛତିଶଗଡ ପୁଲିସ ଦ୍ବାରା ଗିରଫ ହୋଇଥିବା ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପରିବାର ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ। ଜିିଲ୍ଲାପାଳ ସିବିଆଇ ତଦନ୍ତ ଦାବି ନେଇ ଗୃହ ବିଭାଗକୁ ଅବଗତ କରିବାକୁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଉଠିଛନ୍ତି ଅନୁପଙ୍କ ପରିବାର।

Spread the love