ରାଷ୍ଟ୍ରୀୟ ସଭାପତିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ଅପରାଜିତା

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଦାନ କଲେ ବାର୍ଷିକ ରିପୋର୍ଟ କାର୍ଡ । ଗୁରୁବାର ନୂଆଦିଲ୍ଲୀ ଠାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ସାକ୍ଷାତ କରି ବାର୍ଷିକ ରିପୋର୍ଟ କାର୍ଡ (Annual Report Card) ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଏହି ଅବସରରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଏବଂ ଓଡିଶା ରାଜ୍ୟ ରାଜନୀତିର ବିଭିନ୍ନ ବିଷୟ ସମ୍ୱନ୍ଧରେ ସାଧରଣ ଆଲୋଚନା କରିଥିଲେ । ଆଗାମୀ ଦିନରେ ପ୍ରତ୍ୟେକ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ ବୋଲି ସାଂସଦ ବ୍ୟକ୍ତ କରିବା ସହ ରାଷ୍ଟ୍ରୀୟ ଅଧକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ଆର୍ଶୀବାଦ ଏବଂ ମାର୍ଗଦର୍ଶନ କାମନା କରିଥିଲେ ।

Spread the love