ତୁ-ତୁ-ମେଁ-ମେଁ, ଦ୍ୱନ୍ଦ୍ୱରେ ଅପରାଜିତା !

ବିଜେପି ଅପରାଜିତାଙ୍କୁ ଏକଲା କରିଦେବା ପରେ ଏବେ ଅପରାଜିତାଙ୍କ ରାଜନୈତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ । ଦଳ ଛାଡିବେକି ଅପରାଜିତା? କେଉଁ ଦଳରେ ଯୋଗ ଦେବେ? ମୁଖ୍ୟମନ୍ତ୍ରୀଙ୍କ ଚେହେରା ହେବେକି ୨୦୨୪ ନିର୍ବାଚନରେ ଏମିତି ଅନେକ ପ୍ରଶ୍ନ ଅପରାଜିତାଙ୍କୁ ନେଇ ରାଜନୈତିକ ମହଲରେ ।

ଆଗକୁ ୨୦୨୪ ନିର୍ବାଚନ । ଏନେଇ ରାଜନୈତିକ ଦଳ ନିଜ ସଂଗଠନକୁ ମଜବୁତ୍ କରିବାରେ ଲାଗିଛନ୍ତି କିନ୍ତୁ ବିଜେପିରେ ସଂଗଠନ ବଢିବା ବଦଳରେ ଛିଡୁଛି । ୨୦୧୯ ନିର୍ବାଚନ ପରେପରେ ବିଜେପିରେ ଏକ ପ୍ରକାର ନେତୃତ୍ୱ ପତିଆରା ଓ ବିଜେପି ବିଜେଡି ମଧ୍ୟରେ ପ୍ରେଂଣ୍ଡସିପ୍ ପଲିଟିକ୍ସ ଏକ ପ୍ରକାର ଦ୍ୱନ୍ଦ ସୃଷ୍ଟି କରିଥିଲା । ଏହି ଦ୍ୱନ୍ଦ ବେଜେପିର ବରିଷ୍ଠ ନେତାଙ୍କ ସହ କର୍ମୀଙ୍କ ମନରେ ଜନ୍ମି ଥିଲା ।

ତେବେ ଏହି ଫ୍ରେଣ୍ଡସିପ୍ ପଲିଟିକ୍ସ ଭିତରୁ ବିଦ୍ରୋହର ସ୍ୱର ଉଠିଥିଲା । ବିଜେପି ଏକ କ୍ୟାଡର ଭିତ୍ତିକ ଦଳ ହୋଇଥିବାରୁ ବାହାରୁ ଯାଇଥିବା ନେତାଙ୍କ ପାଇଁ ଅନୂକୁଳ ହୋଇପାରିଲା ନାହିଁ । ଆଉ ଏହାକୁ ନେଇ ବିଜେପିର ବରିଷ୍ଠ ନେତା ଅପରାଜିତା ଓ ବିଜୟ ମହାପାତ୍ର ସମେତ ଅନେକ ନେତାଙ୍କ ବିଜେପିରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ଶ୍ରୀମନ୍ଦିର ପ୍ରକଳ୍ପ ଅଭିଯାନରେ ବିଜେପି ଅପରାଜିତାଙ୍କୁ ଆଡେଇ ଦେଇଛି ।

ଆଜି ସାଂସଦ ଅପରାଜିତା ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପଦଯାତ୍ରା କରିଛନ୍ତି । କିନ୍ତୁ ଅନ୍ୟପଟେ ଶ୍ରୀମନ୍ଦିର ବଂଚାଓ ଅଭିଯାନରେ ବିଜେପି ଅପରାଜିତା ଷଡଙ୍ଗୀଙ୍କ ହାତ ଛାଡିଦେଇଛି ।

ଦେଖିବାକୁ ଗଲେ ଶ୍ରୀମନ୍ଦିର ପ୍ରକଳ୍ପକୁ ବିଜେପି ତରଫରୁ କୌଣସି ବିରୋଧ କରାଯାଇନାହିଁ କିନ୍ତୁ ଅପରାଜିତା ଦଳରୁ ଅଲଗା ହୋଇ ବିରୋଧ କରିବା ତାହା କେଉଁ ଆଭିମୁଖ୍ୟକୁ ଦର୍ଶାଉଛି? ଆଉ ଏହି ବିଜେପିର ରାଜନୀତିକୁ ନେଇ ଖୋଦ ବିଜେପି କର୍ମୀ ମାନେ ଏକ ପ୍ରକାର ଦ୍ୱନ୍ଦରେ ପଡିଛନ୍ତି ।

ବ୍ୟକ୍ତିଗତ ଭାବେ ଏହାର ନେତୃତ୍ୱ ନେଇଛନ୍ତି ଅପରାଜିତା ଷଡଙ୍ଗୀ । ଆଉ ସବୁଠାରୁ ବଡ ପ୍ରଶ୍ନ ପ୍ରଚ୍ଛଦ ପଟରେ ରହି ତାଙ୍କୁ କିଏ ବଳ ଯୋଗାଉଛି? ଏହି ବିଦ୍ରୋହ ୨୦୨୪ରେ ଭୟଙ୍କର ହେବ ନାହିଁତ ।

ଅପରାଜିତାଙ୍କ ଆଭିମୁଖ୍ୟ ସାଙ୍ଗରେ ତାଙ୍କ ଦଳ ବିଜେପି ନ ରହିବା ପ୍ରସଙ୍ଗ ଅଧିକ ଆଶ୍ଚର୍ଯ୍ୟ କରୁଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପରିରୁ ଏକ ଘରିଆ ହୋଇଯାଇଛନ୍ତି ଅପରାଜିତା । ତେବେ ଅପରାଜିତା ଦୁଇ ତିନି ବର୍ଷ ପୂର୍ବରୁ ସେ ନିଜେ ବ୍ୟକ୍ତିଗତ ଭାବେ ଦଳଠୁ ଦୂରେଇ ରହି ନିଜେ ସଭାସମିତି, ରାଲି କରିଆସୁଛନ୍ତି ।

ପୌର ପଂଚାୟତ ନିର୍ବାଚନରେ ପରାଜୟ ପାଇଁ ଖୋଲା ଖୋଲି ଭାବେ ବିଜେପିର ନେତୃତ୍ୱକୁ ନେଇ ସମାଲୋଚନା କରିଥିଲେ ଅପରାଜିତା ।  ସେହିପରି ମମିତା ମେହେର ପ୍ରସଙ୍ଗରେ ବିଜେପି ସାରା ଓଡିଶାରେ ଆନ୍ଦୋଳନ ଚଳାଇଥିବା ବେଳେ ଅପରାଜିତା କିନ୍ତୁ ନିଜକୁ ଦୂରରେ ରଖିଥିଲେ ।

ତେବେ ଦେଖିବାକୁ ବାକି ରହିଲା । ବିଜେପିରେ ଲାଗିରହିଥିବା ବିଦ୍ରୋହ ୨୦୨୪ ପାଇଁ ଦଳ ପାଇଁ ଏକ କଣ୍ଟା ହୋଇ ଛିଡା ହେବନାହିଁତ!

Spread the love