କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଖର୍ଚ୍ଚର ତଥ୍ୟ ରଖିଲେ ଅପରାଜିତା

ଭୁବନେଶ୍ୱର ୨୫।୦୬ : ନିଜ କାର୍ଯ୍ୟକାଳର ତୃତୀୟ ବର୍ଷ ପୁରଣ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଅବସରରେ ନିଜର ରିପୋର୍ଟ କାର୍ଡ ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ତିନିବର୍ଷରେ ୬ଟି ଦିଗ ଉପରେ କାମ କରିବାର ପ୍ରୟାସ କରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ରିପୋର୍ଟ କାର୍ଡ ରଖିଛନ୍ତି। ବିକାଶ, ଜନସାଧାରଣଙ୍କ ଅଭିଯୋଗର ଶୁଣାଣି, ସମସ୍ତଙ୍କ ପାଖକୁ ପହଞ୍ଚିବା, ସଂସଦରେ ରାଜଧାନୀ ଭୁବନେଶ୍ୱର ପ୍ରସଙ୍ଗ ଉତଥାପନ, ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସକ୍ରିୟ ଅଂଶଗ୍ରହଣ, ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ମତ ରଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏସବୁ ଦିଗରେ ନିଜର ଶତ ପ୍ରତିଶତ ଉଦ୍ୟମ ଦେଇଛନ୍ତି ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

ସେ କହିଛନ୍ତି ଯେ, ସାଂସଦଙ୍କ ଅଫିସକୁ ପ୍ରତ୍ୟହ ସାଧାରଣ ଲୋକ ଅଭିଯୋଗ ଆଣି ଆସିଥାନ୍ତି। ଏ ପର୍ଯ୍ୟନ୍ତ ୬ ହଜାର ୧୬୬ ଅଭିଯୋଗ ଆସିଥିବା ବେଳେ ୫ ହଜାର ୫୪୫ଟି ଅଭିଯୋଗର ସମାଧାନ କରାଯାଇସାରିଛି ବୋଲି କହିଛନ୍ତି।ଏହାସହିତ ୬୪୭୩.୬୨ କୋଟି ଟଙ୍କାରେ  ଜାତୀୟ ରାଜପଥ ( ଫ୍ଲାଏ ଓଭର, ଫୁଟ ଓଭର ବ୍ରିଜ, ରିଂ ରୋଡ଼ ଏବଂ ଖୋର୍ଦ୍ଧା ବାଇପାସ) କାମ ହୋଇଛି ।

ସେହିପରି ଭୁବନେଶ୍ୱରରେ ୬ଟି କେନାଲ ଲାଗି ୧୦.୨୦ କୋଟିର ବ୍ୟୟବରାଦ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୩୯୦୯ କେନ୍ଦ୍ରର ମଞ୍ଜୁରୀ ମିଳିଥିବା ବେଳେ ୩୫୭୪ଟି କାମ ସମ୍ପୂର୍ଣ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ୩୧୧ କିଲୋମିଟର ପାଇଁ ଖର୍ଚ୍ଚ ହୋଇଛି ୧୩୯.1୩ କୋଟି ଟଙ୍କା ରହିଛି । ଖୁଦ୍ର ଜଳସୋଚନ ପ୍ରକଳ୍ପର୧୩ ଟି ପ୍ରକଳ୍ପ ପାଇଁ ୬.୨ କୋଟି ଖର୍ଚ୍ଚ ହୋଇଛି । ଜଳ ଜୀବନ ମିଶନ ପାଇଁ  ୨, ୨୦,୯୮୫ ଲକ୍ଷ ପାଇପ ଜଳ ଯୋଗାଣ ଲକ୍ଷ୍ୟ ରଖାଯାଇଥିଲା ।  ଏପର୍ଯ୍ୟନ୍ତ ୧, ୨୭, ୧୨୩ ସଂଯୋଗ ହୋଇଛି ।  ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଯୋଜନା ପାଇଁ ୯୪, ୧୬୫ କୃଷକଙ୍କୁ ଚିହ୍ନଟ କରାଯାଇଛି ।

Spread the love