ଆପରାଜିତାଙ୍କୁ ମିଳିଲା ଦାୟିତ୍ୱ

ବିଜେପିରେ ଯୋଗଦେବା ପରେ ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ପକ୍ଷରୁ ମିଳିଛି ଦାୟିତ୍ୱ। ଏଣିକି ସେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ବା ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ସେହିପରି ବରିଷ୍ଠ ଆଇନଜୀବୀ ଓ ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଇନ୍‌ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ଦାୟିତ୍ୱ ଦିଆଯାଇଛି।

Spread the love