ସାଂସଦ ଅପରାଜିତାଙ୍କ ଅଫିସରୁ ହଟିଲା ସିଲ୍

ଭୁବନେଶ୍ୱର,୧୭/୧୦: ୮ ଦିନ ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଳାସପଲ୍ଲୀସ୍ଥିତ ଅଫିସ ଖୋଲାଯାଇଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ତାଙ୍କ ଅଫିସ ୧୫ ଦିନ ପାଇଁ ବିଏମସି ସିଲ କରିଥିଲା। ଅଫିସରୁ ସିଲ୍ ହଟିବା ପରେ ଅପରାଜିତା କହିଛନ୍ତି ଯେ, ‘ମୋ କାର୍ଯ୍ୟାଳୟ ସିଲ୍ କରିବା ବିଏମସିର ବେଆଇନ ପଦକ୍ଷେପ। ମୋ କାର୍ଯ୍ୟାଳୟ ପରିସରରେ ଏପର୍ଯ୍ୟନ୍ତ କେହି ବି ପଜିଟିଭ ଚିହ୍ନଟ ହୋଇନାହାନ୍ତି। ଆକ୍ରାନ୍ତ ଚିହ୍ନଟ ନହେବା ପରେ ପୁରା କାର୍ଯ୍ୟାଳୟ କିପରି ସିଲ୍ କରାଗଲା। ଏହା ସରକାରଙ୍କ ଆକ୍ରୋଶମୂଳକ ପଦକ୍ଷେପ। ମୋତେ ମାନସିକ ନିର୍ଯ୍ୟାତନା ଦିଆଯାଉଛି।’

Spread the love