ସତ୍ୟକୁ ସର୍ବଦା ଲୁଚାଇ ଶାସନ କ୍ଷେତ୍ରରେ ଅତି ଉତମ ଏବଂ ବିଶ୍ୱସ୍ତରୀୟ ପ୍ରକଳ୍ପମାନ ହେଉଛି ବୋଲି ମିଥ୍ୟା ପ୍ରଚାର କରୁଛି ଶାସକ ବିଜେଡି : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : ମିଳିତ ଜାତିସଂଘ ସହାୟତାରେ ନୀତି ଆୟୋଗ ଦ୍ୱାରା ସଦ୍ୟ ପ୍ରକାଶ ପାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି- Sustainable Development Goal ) ସୁଚକାଙ୍କ ଆଧାରରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳଆଡୁ ୫ମ ସ୍ଥାନରେ ରହିଛି । ଦେଶରେ ସ୍ଥାୟୀତ୍ୱ, ସ୍ଥିରତା ଓ ସମନ୍ୱୟ ଆଣିବା ନିମନ୍ତେ ନୀତି ଆୟୋଗ ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ। ଓଡିଶା ପ୍ରସଙ୍ଗରେ ଏହି ରିପୋର୍ଟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ, ଗତ ୨୨ ବର୍ଷ ଧରି ଓଡିଶାର ବିକାଶ ବିଷୟରେ ଶାସକ ବିଜେଡି ଯାହା ପ୍ରଚାର ଓ ପ୍ରସାର କରୁଛି ତାହା ସଂପୂର୍ଣ୍ଣ ଭିନ୍ନ ଏବଂ ବାସ୍ତବରେ ବିକାଶ ଚିତ୍ର ସଂପୂର୍ଣ୍ଣ ଭିନ୍ନ ବୋଲି ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ କହିଛନ୍ତି । ଏସ୍‌ଡିଜି ମାନ୍ୟତାରେ ଓଡିଶାର ସ୍ଥାନ ୧୫ ରୁ ୧୯ କୁ ପହଂଚିଛି, ଯାହାକି ନାଗାଲାଣ୍ଡ ଓ ଛତିଶଗଡ ରାଜ୍ୟର ସମକ୍ଷକ। ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ (Critical Indicator) ଆଧାରରେ ଓଡିଶା ବିକାଶ କ୍ଷେତ୍ରରେ ନୀତି ଆୟୋଗ ରିପୋର୍ଟ ଏସ୍‌ଡିଜି ଲକ୍ଷ୍ୟ ହାସଲରେ ଦେଶରେ ନିମ୍ନରୁ ୫ ନମ୍ବର ସ୍ଥାନରେ ଓଡିଶା ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ଗୁଡିକ ହେଲା ଦାରିଦ୍ର‌୍ୟ ଦୂରୀକରଣ, କ୍ଷୁଧାମୁକ୍ତି, ଉତମ ସ୍ୱାସ୍ଥ୍ୟ ଓ ଜୀବନଧାରଣକ୍ଷମତା, ଉନ୍ନତ ମାନର ଶିକ୍ଷା, ଲିଙ୍ଗ ଭିତିକ ସମାନତା ଏବଂ ଶାନ୍ତି, ନ୍ୟାୟ ଓ ସୁଦୃଢ ଅନୁଷ୍ଠାନ। ଏହି କ୍ଷେତ୍ରରେ ଓଡିଶାର ସ୍ଥାନ ଅତ୍ୟନ୍ତ ନିମ୍ନସ୍ତରରେ ରହିଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି। ପ୍ରାକୃତିକ ସଂପଦରେ ଓଡିଶା ରାଜ୍ୟ ଭରପୁର ହୋଇଥିଲେ ମଧ୍ୟ ଲୋକମାନଙ୍କ ଜୀବନ ଧାରଣାର ମାନକୁ ଯଦି ଅନୁଧ୍ୟାନ କରାଯାଏ, ଓଡିଶା ସର୍ବଦା ପଛରେ ରହିଆସିଛି । ଦାରିଦ୍ର‌୍ୟ ଦୂରୀକରଣରେ ଓଡିଶା ତଳ ଆଡୁ ୩ୟ ସ୍ଥାନରେ ଅଛି। ସମୁଦାୟ ଜନସଂଖ୍ୟାର ୩୩ ପ୍ରତିଶତ ଜାତୀୟ ଦାରିଦ୍ର‌୍ୟ ସୀମାରେଖା ତଳେ ରହିଛନ୍ତି, ଏହି ସଂଖ୍ୟା ପଡୋଶୀ ଆନ୍ଧ୍ରପ୍ରଦେଶରେ ଏହା ମାତ୍ର ୯.୨ ପ୍ରତିଶତ ରହିଛି । ସେହିପରି ଓଡିଶାରେ ୧୪.୨ ପ୍ରତିଶତ କଚ୍ଚା ଘର ଅଛି, ଏହି ସଂଖ୍ୟା ପଡୋଶୀ ପଶ୍ଚିମବଙ୍ଗରେ ମାତ୍ର ୬ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଲକ୍ଷ ଲକ୍ଷ ପକ୍କା ଘର ଆବଂଟନ କରୁଛନ୍ତି । ମାତ୍ର ତାହା କାହିଁକି ପ୍ରତିଫଳିତ ହେଉନାହିଁ ବୋଲି ଶ୍ରୀମତୀ ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । କ୍ଷୁଦାମୁକ୍ତ ରାଜ୍ୟ ତାଲିକାରେ ଦେଶର ୨୮ଟି ରାଜ୍ୟ ମଧ୍ୟରେ ଓଡିଶାର ସ୍ଥାନ ତଳ ଆଡୁ ୬ ନମ୍ବର ସ୍ଥାନରେ ଅଛି। ୪୮ ପ୍ରତିଶତ ରାଜ୍ୟର ମହିଳାମାନେ ରକ୍ତହୀନତାର ଶିକାର ହେଉଥିବାବେଳେ ୫ ବର୍ଷରୁ କମ୍ ବୟସରେ ଶିଶୁଙ୍କ କ୍ଷେତ୍ରରେ ୨୯ ପ୍ରତିଶତ ଅପପୃଷ୍ଟିର ଶିକାର ହେଉଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ପ୍ରଦତ ପାଂଠିରୁ ଅଙ୍ଗନବାଡିରେ ବ୍ୟାପକ ଦରମା ବ୍ୟବସ୍ଥା ଏବଂ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ବହୁ ଅର୍ଥ ଅନୁଦାନ ସତ୍ୱେ ଓଡିଶାରେ ବହୁ ସଂଖ୍ୟାରେ ଶିଶୁମାନେ ଅପପୃଷ୍ଟି ଗ୍ରସ୍ତ ଏବଂ ଶାରରୀକ ତଥା ମାନସିକ ସ୍ତରରେ ସ୍ଥାଣୁ ହୋଇଛନ୍ତି। ଏହା ଛଡା ଗର୍ଭବତୀ ମହିଳାମାନେ ବହୁ ସଂଖ୍ୟାରେ ରକ୍ତହୀନତା ଏବଂ ଶାରରୀକ ସମସ୍ୟାର ଶିକାର ହୋଇଛନ୍ତି, ଯାହାକି ଦେଶରେ ସବୁଠାରୁ ଅଗ୍ରଭାଗରେ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି  ଶ୍ରୀମତୀ ଷଡଙ୍ଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି। ଉନ୍ନତମାନ ଶିକ୍ଷା ପ୍ରଦାନ କ୍ଷେତ୍ରରେ ୨୮ ଟି ରାଜ୍ୟ ମଧ୍ୟରୁ ଓଡିଶା ତଳଆଡୁ ୬ ନମ୍ବର ସ୍ଥାନରେ ରହିଛି । ଶିକ୍ଷା ବ୍ୟବସ୍ଥାର ଝଝଇ, ଊଚଋଚ ଭଳି ସମଗ୍ର ଶିକ୍ଷା କାର୍ଯ୍ୟକ୍ରମ ଯୋଜନା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଯୋଗାଇ ଦିଆଯାଉଥିବାବେଳେ ରାଜ୍ୟରେ ବିଦ୍ୟାଳୟ ଗୁଡିକର ମୈାଳିକ ଭିତିଭୂମି ତଥା ସମସ୍ତ ସୁବିଧା ଗୁଡିକରୁ ବଂଚିତ ରହିଛନ୍ତି। ୨୦୧୫-୧୬ ବର୍ଷଠାରୁ ଆଜି ପର୍ଯ୍ୟନ୍ତ ୮ ଲକ୍ଷ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିତ୍ୟାଗ କରିଥିବାବେଳେ ୫ ଲକ୍ଷ ବେସରକାରୀ ବିଦ୍ୟାଳୟରେ ନାମ ଲେଖାଇଛନ୍ତି ଏବଂ ଅବଶିଷ୍ଟ ଅଧାରୁ ପାଠପଢା ଛାଡିଛନ୍ତି । ଲିଙ୍ଗ ସମାନତା କ୍ଷେତ୍ରରେ ଓଡିଶାର ସ୍ଥାନ ତଳଆଡୁ ୧୧ ନମ୍ବରରେ ଅଛି । ଓଡିଶାରେ ମହିଳା ବିରୋଧରେ ହିଂସା କ୍ଷେତ୍ରରେ ପରିସ୍ଥିତି ଖରାପରୁ ଖରାପ ପରିସ୍ଥିତିରେ ପହଂଚିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡିଶାରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୧୦୩.୫ ଜଣ ମହିଳା ହଂସାର ଶିକାର ହେଉଥିବାବେଳେ ୮.୩ ପ୍ରତିଶତ ଅପରାଧୀ ଦଣ୍ଡ ପାଇଥାନ୍ତି । ସେହିଭଳି ମହିଳାବିରୋଧୀ ହିଂସାଜନିତ ମାମଲାରେ ୯୪.୭ ପ୍ରତିଶତ ଅପାରାଧିମାନଙ୍କର ବିଚାର ବର୍ତମାନ ସୁଦ୍ଧା ହୋଇପାରିନାହିଁ। ଏନସିଆରବି ରିପୋର୍ଟ ଅନୁଯାୟୀ ନିୟମିତ ଭାବେ ଆମ ରାଜ୍ୟର ମହିଳାମାନଙ୍କ ବିରୁଦ୍ଧରେ ହିଂସା ବଢିଚାଲିଛି। ୨୦୧୫ ମସିହାରେ ମହିଳା ବିରୁଦ୍ଧରେ ଅପରାଧ ୧୭୨୦୦, ୨୦୧୬ରେ ୧୭୮୩୭, ୨୦୧୭ରେ ୨୦୦୯୮, ୨୦୧୮ରେ ୨୦୨୭୨, ୨୦୧୯ରେ ୨୩୧୮୩କୁ ବୃଦ୍ଧି ପାଇଛି । ମହିଳାବିରୋଧୀ ହିଂସା ରୋକିବା ପାଇଁ ରାଜ୍ୟ ସରକାର କଣ କଣ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ? ଅର୍ଥନୈତିକ ବିକାଶ ଓ ରୋଜଗାରର ବାତାବରଣରେ ଓଡିଶା ତଳ ଆଡୁ ୨ୟ ସ୍ଥାନରେ ରହିଛି । ଆୟ ବିଷମତା (income inequality) ଓଡିଶାରେ କ୍ରମାଗତ ବୃଦ୍ଧି ପାଇଚାଲିଛି । ଭୂବନେଶ୍ୱର ଓ କଟକର ବିକାଶର ମାନଚିତ୍ର ଓଡିଶାର  ସମଗ୍ର ବିକାଶ ସ୍ଥିତି ନୁହେଁ । ଓଡିଶାର ଦୂରଦୁରାନ୍ତ ଗ୍ରାମାଂଚଳର ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଦୁର୍ଭାଗ୍ୟର ବିଷୟ ଓଡିଶାର ଯୁବକମାନେ କର୍ମସଂସ୍ଥା ଅନ୍ୱେଷଣରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ଦିଲ୍ଲୀ ଆଦି ରାଜ୍ୟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଇଜ୍ ଅଫ୍ ଡୁଇଙ୍ଗ ବିଜିନେସରେ ଆମେ ଶୂନ୍ କାହିଁକି ? ସମଗ୍ର ଦେଶରେ ଆମ ସ୍ଥାନ ୧୨ରୁ ୧୪କୁ କାହିଁକି ହୋଇଛି ? ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ କ୍ଷେତ୍ରରେ ଯୁବକ ଓ ଗରୀବଙ୍କ ଉନ୍ନତି ପାଇଁ ଶାସକ ବିଜେଡି ରାଜ୍ୟରେ ଗତ ୨୨ ବର୍ଷ ମଧ୍ୟରେ କଣ କରିଛନ୍ତି, ସେ ନେଇ ରାଜ୍ୟ ସରକାର ରିପୋର୍ଟ ପ୍ରକାଶ କରିବାକୁ ଶ୍ରୀମତୀ ଷଡଙ୍ଗୀ ଦାବୀ କରିଛନ୍ତି । ଶାସକ ବିଜେଡି ସରକାର ସତ୍ୟକୁ ସର୍ବଦା ଲୁଚାଇ ଶାସନ କ୍ଷେତ୍ରରେ ଅତି ଉତମ ଏବଂ ଏଠାରେ ବିଶ୍ୱସ୍ତରୀୟ ପ୍ରକଳ୍ପମାନ ହେଉଛି ବୋଲି ମିଥ୍ୟା ପ୍ରଚାର କରି ଆସୁଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଗତ ୨୦୨୦ ମସିହା ଅକ୍ଟୋବର ମାସରେ କୋଭିଡ୍ ପରିଚାଳନା ସଂପର୍କରେ ୬ଟି ପ୍ରଶ୍ନ ପଚାରିଥିଲି। ମୁଖ୍ୟମନ୍ତ୍ରୀ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ବର୍ତମାନ ସୁଦ୍ଧା କୈାଣସି ଉତର ମିଳିଲା ନାହିଁ। ପୂର୍ବରୁ ପଚାରିଥିବା ୬ଟି ପ୍ରଶ୍ୱ ସମେତ ଆଜି ପଚାରିଥିବା ୫ଟି ପ୍ରଶ୍ନର ଉତର ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଦେବେ ବୋଲି ଶ୍ରୀମତୀ ଷଡଙ୍ଗୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଉମାକାନ୍ତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ।

Spread the love