ଜୀବନରେ କେବେ ଦୁଃଖ ଆସିଲେ କଲାମଙ୍କର ଏହି ତିନୋଟି କଥା ମନେ ପକାନ୍ତୁ…

  • ଜୀବନଟା ଗୋଟେ ଅଙ୍କାବଙ୍କା ନଈ ।  ମଣିଷ ଜୀବନରେ ଦୁଃଖ ଅଛି ପୁଣି ସୁଖ ବି ଅଛି । ବଞ୍ଚିବାକୁ ହେଲେ ଏ ସବୁକୁ ସମ୍ନା କରିବାକୁ ପଡିବ । କିନ୍ତୁ ଦୁଃ ସମୟରେ ଭାଙ୍ଗିପଡିବା ଉଚିତ ନୁହେଁ । ବଡବଡ ବିଜ୍ଞ ଲୋକମାନେ କହିଛନ୍ତି ଦୁଃଖ ସମୟରେ ଧୌର୍ଯ୍ୟ ଓ ସାହସ ଦରକାର । ତାହେଲେ ଯାଇ ଖରାପ ସମୟକୁ ସାମ୍ନା କରିହେବ । ପ୍ରଖ୍ୟାତ ବୈଜ୍ଞାନିକ ଡ.ଏପିଜେ ଅବଦୁଲ କଲାମ  କହିଥିବା କତୋଟି  କଥା ଏଠାରେ ଆମେ କହିବାକୁ ଚାହୁଁଛୁ ।

    • କଲାମ କହିଛନ୍ତି ବ୍ୟକ୍ତି ନିଜ ଜୀବନକାଳ ମଧ୍ୟରେ ବହୁତ କାମ କରିଥାଏ । ଏହି କାମ ମଧ୍ୟରେ କାହାକୁ ସଫଳତା ମିଳିତାଏ ତ କେତେବେଳେ ଅସଫଳ ହୋଇଥାଏ । ଯେତେବେଳେ ମଣିଷ ଅସଫଳ ହୋଇଥାଏ ସେ ଭାଙ୍ଗିପଡେ । ତେଣୁ ସେ କହିଛନ୍ତି ବର୍ତ୍ତମାନକୁ ଭୁଲି ଭବିଷ୍ୟତରେ ଏପରି ଅବସ୍ଥାରୁ ମୁକୁଳିବା ପାଇଁ ରାସ୍ତା ତିଆରି କରିବା ଉଚିତ୍ ।
    • ଯେତେବଳେ ମଣିଷ ଜୀବନରେ ଦୁଃଖ ଆସେ ନିଜେ ପରିସ୍ଥିତିକୁ ସାମ୍ନା କରିବା ଦରକାର । ଆପଣ ଜାଣିଥିବେ ସୁଖ ବେଳେ ସମସ୍ତେ ଥାଆନ୍ତି । ଦୁଃଖ ବେଳେ କେହି ନଥାନ୍ତି । ଏହି ସମୟରେ ଧୌର୍ଯ୍ୟ ହିଁ ସାଥ ଦେଇଥାଏ ।
    • ଜୀବନରେ ଆସୁଥିବା ଦୁଃଖକୁ ଦେଖି ଯେଉଁବ୍ୟକ୍ତି ଲକ୍ଷ୍ୟ ପଥରୁ ପଛଘୁଞ୍ଚା ଦିଏ ସେ କେବେ ସଫଳ ହୋଇପାରେ ନାହିଁ । ବ୍ୟକ୍ତିକୁ ସଫଳ ହେବାକୁ ପଡିବ । ତେଣୁ ଅସଫଳତାର କାରଣ ଖୋଜି ସଫଳତାର କୌଶଳ ଶିଖି ଆଗକୁ ଯିବା ଦରକାର ।    
    ଗକୁ ଯିବା ଦରକାର ।   
Spread the love