ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭୟବହ ଅଗ୍ନିକାଣ୍ଡ

ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟ ହୋଇ ଧୂଆଁ ବାହାରିଥିଲା।

ଆଜି ସର୍ଟସର୍କିଟ ହୋଇ  ଆପୋଲୋ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏନେଇ ସୂଚନା ଦେଇଛନ୍ତି  ଆପୋଲୋ ହସ୍ପିଟାଲର  ସିଇଓ । ସେ କହିଛନ୍ତି ଦିନ 10 ଟାରେ ପ୍ରଥମେ ବ୍ୟାଟେରୀ ରୁମରୁ ସର୍ଟ ସର୍କିଟରୁ ବାହାରିଥିଲା ଧୂଆଁ । ଏହା ପରେ ବିଜୁଳି ସଂଯୋଗ କାଟି ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।ପଂଚମ ମହଲାରେ ଆଇସିୟୁ ଥିବାରୁ ରୋଗୀଙ୍କୁ ତଳ ଫ୍ଲୋରକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର, ହସ୍ପିଟାଲ କର୍ମଚାରୀ, ରୋଗୀଙ୍କ ସମ୍ପର୍କୀୟ ଓ ଅଗ୍ନିଶମ ବାହିନୀ ସହାୟତାରେ ରୋଗୀ ମାନଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା ।

ଘଟଣାରେ କେହି ଗୁରୁତର ହୋଇନାହାନ୍ତି । ତଥାପି 15 ଜଣ ରୋଗୀଙ୍କୁ ଭୁବନେଶ୍ୱରର ଆର୍ମି, କଳିଙ୍ଗ ହସ୍ପିଟାଲ,କେୟାର ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ସ୍ଥାନାନ୍ତର କରିବାରେ ସମସ୍ତ ସହଯୋଗ କରିଛନ୍ତି । ତେବେ କେଉଁ କାରଣରୁ ସଟସର୍କିଟ ହେଲ ତାହାର ଯାଞ୍ଚ କରାଯିବ । ଏପରିକି ଅଗ୍ନି ନିର୍ବାପକ ନିୟମକୁ ହସ୍ପିଟାଲ କଡାକଡି ପାଳନ କରୁଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

 ପ୍ରକାଶ ଥାଉକି, ଆଜି ଠିକ୍ ଦିନ 10ଟାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ପଞ୍ଚମ ମହଲାରେ ଥିବା ବ୍ୟାଟେରୀ ରୁମରେ ନିଆଁ ଲାଗିବା ପରେ ପ୍ରବଳ ଧୂଆଁ ବାହାରିଥିଲା । ଏଥିରେ ରୋଗୀ ଓ ରୋଗୀଙ୍କ ସମ୍ପର୍କିୟମାନେ ଭ୍ରୟଭୀତ ହୋଇପଡିଥିବା ବେଳେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

ପ୍ରଥମେ ପଞ୍ଚମ ମହଲାରେ ଥିବା ଆଇସିୟୁରୁ ରୋଗୀ ମାନଙ୍କୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଥିଲା । ହୁଇଲ ଚେୟାର ଓ ଷ୍ଟ୍ରେଚର ମାଧ୍ୟମରେ ଏମରଜେନ୍ସ ଏକଜିଟ ଦେଇ ରୋଗୀଙ୍କୁ ବାହାରକୁ ଅଣାଯାଇଥିଲା । ଏଥିସହ ଅନ୍ୟ ରୋଗୀଙ୍କୁ ଉପରକୁ ଛଡାଯାଇନଥିଲା । ଧୂଆଁ ବାହର କରିବାକୁ ପଞ୍ଚମ ମହଲାର କାଚ ଭାଙ୍ଗିବାକୁ ପଡିଥିଲା ।

ନିଆଁ ଲାଗିବା ଖବର ପାଇ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ କମିଶନର ସତ୍ୟଜିତ ମହାନ୍ତି । ପଞ୍ଚମ ମହଲାରେ ବ୍ୟାଟେରୀ ରୁମରୁ ଧୂଆଁ ବାହାରିଥିଲା । ଧୂଆଁ ଯୋଗୁଁ କେହି ଗୁରୁତର ହୋଇନାହାଁନ୍ତି । ତେବେ ରୋଗୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବ । ଏବଂ ହସ୍ପିଟାଲରେ ନିୟମିତ ଫାୟାର ଅଡିଟ୍ ହେଉଛି କି ନାହଁ ଯାଞ୍ଚ ହେବ ବୋଲି ପୋଲିସ୍ କମିଶନର କହିଛନ୍ତିି ।

Spread the love