ସେଓ ଖାଇବା ପରେ କେବେ ବି ଦୁଗ୍ଧ, ଦହି ସମେତ ଏହି ସବୁ ଜିନିଷ କରନ୍ତୁ ନାହିଁ ସେବନ, ଶରୀରକୁ ପହଞ୍ଚିପାରେ କ୍ଷତି

ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ ସେଓ। ଏଥିରେ ଅନେକ ପ୍ରକାର ଭିଟାମିନ୍‌ ରହିଛି। ଯଦିଓ ଏହାକୁ ଖାଇବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ବହୁତ ଜରୁରୀ। ଖାସ୍‌ କରି ସେଓ ଖାଇବା ପରେ ଏମିତି କିଛି ଜିନିଷ ଅଛି, ଯାହାକୁ ଖାଇଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ।

୧. ସେଓ ଖାଇବା ପରେ ମୂଳା ଖାଆନ୍ତୁ ନାହିଁ। ଏହାଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ।

୨. ସେଓ ଖାଇବାର ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଦହି ସେବନ କରନ୍ତୁ ନାହିଁ। ଏହି ଦୁଇଟିକୁ ଏକ ସାଥୀରେ ଖାଇଲେ ଥଣ୍ଡା, ସର୍ଦ୍ଦି ହୋଇପାରେ।

୩. ସେଓ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ୱାରା ଆପଣଙ୍କର ପିଏଚ୍‌ ଲେବଲ ବିଗିଡ଼ି ଯାଇପାରେ। ତ୍ୱଚାରେ କୁଞ୍ଚନ ପଡ଼ିପାରେ। ଏପରିକି, ପେଟ ଫୁଲିବା, ଅପଚ, କବ୍‌ଜ, ଗ୍ୟାସ୍‌ ଭଳି ସମସ୍ୟା ଦେଖାଦେଇପାରେ।

୪. ସେଓ ଖାଇବା ପରେ ଖଟା ଫଳ ଖାଇବା ବି ଆପଣଙ୍କ ଉପରେ ଭାରୀ ପଡ଼ିପାରେ। ସେଓରେ ଭିଟାମିନ୍‌ ସି ରହିଥାଏ। ଏହାକୁ ଖାଇବାର ତୁରନ୍ତ ପରେ ଖଟା ଫଳ ସେବନ କରିବା ଦ୍ୱାରା ଶରୀରରେ ସାଇଟ୍ରିକ୍‌ ଏସିଡ୍‌ ବଢ଼ିଯାଇଥାଏ, ଯଦ୍ଦ୍ଵାରା ପେଟରେ ଜ୍ୱଳନ ହୋଇଥାଏ। ତେଣୁ ସେଓ ଖାଇ କଦାପି ଆଚାର, ଲେମ୍ବୁ ଆଦି ଖାଆନ୍ତୁ ନାହିଁ।

୫. ସେଓ ଖାଇବା ପରେ କ୍ଷୀର ମଧ୍ୟ ପିଇବା ଉଚିତ ନୁହେଁ। କାରଣ, ପେଟରେ କ୍ଷୀର ଛିଣ୍ଡିଯାଇପାରେ। ଫଳରେ ଡାଇଜେଶନ ସମସ୍ୟା ହୋଇପାରେ।

୬. ସେଓକୁ ସକାଳୁ ଖାଇବା ଉଚିତ ନୁହେଁ। ସକାଳୁ ଖାଇଲେ ଶରୀରରେ କଫ ଜମିଯାଇଥାଏ।

Spread the love