ମୁହଁରେ ଏହି ଜିନିଷକୁ ମିଶାଇ ଲଗାନ୍ତୁ ଲେମ୍ବୁ, ମୁଲାୟମ୍‌ ସହ ଚମକଦାର ହେବ ଆପଣଙ୍କ ତ୍ୱଚା

ଲେମ୍ବୁରେ ମହୁ ମିଶାଇ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋଇଙ୍ଗ ଏବଂ ଚମକପୂର୍ଣ୍ଣ ହୋଇଥାଏ । ଏହାକୁ ଲଗାଇବା ପାଇଁ ଆପଣ ଏକ ଚାମ୍‌ ମହୁରେ କିଛି ବୁନ୍ଦା ଲେମ୍ବୁ ପକାଇ ଲଗାନ୍ତୁ ।

ଆପଣ ତ୍ୱଚାରେ ଲେମ୍ବୁ ରସ ସହ ଗ୍ରୀନ୍‌ ଟି ବି ମିଶାଇ ଲଗାଇ ପାରିବେ । ଏଥିପାଇଁ ଆପଣ ଗ୍ରୀନ୍‌ ଟିରେ ଲେମ୍ବୁ ରସ କ୍ୟାପସୁଲ ପକାନ୍ତୁ । ଏହାର ଏକ ପେଷ୍ଟ ପ୍ରସ୍ତୁତ କରି ନିଜ ତ୍ୱଚାରେ ଲଗାନ୍ତୁ ଏବଂ ଏହାକୁ ୫ ମିନିଟ୍‌ ପାଇଁ ରଖି ତାପରେ ଧୋଇ ଦିଅନ୍ତୁ ।

ଆପଣ ନିଜ ଚେହେରାରେ ଲେମ୍ବୁ ସହ ଚିନି ମିଶାଇ ବି ଲଗାଇପାରିବେ । ଏହାକୁ ଲଗାଇବା ପାଇଁ ଆପଣ ଏକ ଚାମଚ୍‌ ଚିନି ନିଅନ୍ତୁ । ଏଥିରେ ଲେମ୍ବୁ ରସ ମିଶାଇ ଦିଅନ୍ତୁ ଏବଂ ଏବେ ଆପଣ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କୁ ଡେଡ ସ୍କିନ୍‌ ଠାରୁ ଛୁଟକାରା ମିଳିବ ।

ଯଦି ଆପଣ ଚେହେରାରେ ଲେମ୍ବୁ ରସରେ ଚାଉଳ ଗୁଣ୍ଡ ମିଶାଇ ଲଗାନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କ ସ୍କିନ୍‌ ମୁଲାୟମ୍‌ ଏବଂ ଚମକଦାର ବନିବ । ଏହାକୁ ଲଗାଇବା ପାଇଁ ଆପଣ ଲେମ୍ବୁ ରସ ଏବଂ ଅଧା ଚାମଚ୍‌ ଗୋଲାପ ଜଳ ମିଶାନ୍ତୁ । ଏବେ ଏହି ପେଷ୍ଟକୁ ଚେହେରାରେ ଲଗାନ୍ତୁ ।

Spread the love