ଚେହେରାରେ ଲଗାନ୍ତୁ ଏହି ୫ଟି ତେଲ, ଦୂର ହୋଇଯିବ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟା

ପ୍ରାୟତଃ ଲୋକେ ଧୂଳି, ମାଟି ଓ ପ୍ରଦୂଷଣ କାରଣରୁ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାକୁ ସାମ୍ନା କରି ଥାଆନ୍ତି। ଏମିତି ସ୍ଥିତିରେ ଆପଣ କିଛି ତେଲ ଆପଣଙ୍କ ତ୍ୱଚାରେ ଲଗାଇ ସମସ୍ୟା ଦୂର କରି ପାରିବେ। ଆଜି ଆମେ ଆପଣଙ୍କୁ କହିବୁ, ଏମିତି କେଉଁ ତେଲ ଅଛି, ଯାହାକୁ ବ୍ୟବହାର କରି ଆପଣ ତ୍ୱଚାର ବିଭିନ୍ନ ସମସ୍ୟା ଦୂର କରି ପାରିବେ। ଆସନ୍ତୁ ଜାଣିବା ଏ ବିଷୟରେ।

ଅଲିଭ୍‌ ତେଲ: ତ୍ୱଚାକୁ ସୁନ୍ଦର ତଥା ଆକର୍ଷଣୀୟ କରିବା ପାଇଁ ଆପଣ ଅଲିଭ୍‌ ଅଏଲ୍‌ ବ୍ୟବହାର କରି ପାରିବେ। ଏଥିରେ ଭିଟାମିନ୍‌ ଏ ରହିଛି, ଯାହାକି କେବଳ ଚର୍ମ କୁଞ୍ଚନ ସମସ୍ୟାକୁ ଦୂର କରି ନ ଥାଏ, ବରଂ ଫାଇନ୍‌ ଲାଇନ୍‌ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାକୁ ବ୍ୟବହାର ଦ୍ୱାରା ତ୍ୱଚାରେ କଷାପଣ ଆସିପାରେ।

ବାଦାମ ତେଲ: ବାଦାମ ତେଲ ବ୍ୟବହାର ଦ୍ୱାରା ବି ତ୍ୱଚାର ଅନେକ ସମସ୍ୟାକୁ ଦୂର କରାଯାଇ ପାରିବ। କାରଣ, ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ ବି ଏବଂ ଭିଟାମିନ୍‌ ଇ ଭରି ରହିଛି, ଯାହାକି କେବଳ ତ୍ୱଚାରେ ଗ୍ଲୋ ଆଣି ନ ଥାଏ, ବରଂ ରୁକ୍ଷ ତ୍ୱଚା, ଆଲର୍ଜି ଓ ରାସେଜ୍‌ ଭଳି ସମମ୍ୟାକୁ ଦୂର କରିବାରେ ଉପଯୋଗୀ ହୋଇଥାଏ।

ରାଶି ତେଲ: ରାଶି ତେଲ ବ୍ୟବହାର ଦ୍ୱାରା ତ୍ୱଚା ସମସ୍ୟାକୁ ଦୂର କରାଯାଇ ପାରିବ। ଯଦି ଆପଣ ଡେଡ୍‌ ସେଲ୍ସ ଏବଂ ଫାଇନ୍‌ ଲାଇନ ସମସ୍ୟାକୁ ନେଇ ଚିନ୍ତିତ, ତା’ ହେଲେ ତ୍ୱଚାରେ ରାଶି ତେଲ ବ୍ୟବହାର କରି ପାରିବେ।

ସୋରିଷ ତେଲ: ସୋରିଷ ତେଲ ସବୁ ଦୃଷ୍ଟିରୁ ଭଲ। ଏହି ତେଲ କେବଳ ଖାଇବାରେ ବ୍ୟବହୃତ ହୁଏନି, ବରଂ ତ୍ୱଚା ସମସ୍ୟାରୁ ବି ଆରାମ ଦେଇପାରେ। କାରଣ, ସୋରିଷ ତେଲରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲର ଗୁଣ ଭରି ରହିଛି। ଏହା ଆପଣଙ୍କ ତ୍ୱଚାକୁ ବିଭିନ୍ନ ସଂକ୍ରମଣ ଏବଂ ଶୁଷ୍କତାରୁ ରକ୍ଷା କରି ପାରିବ। ସୋରିଷ ତେଲ ତ୍ୱଚାକୁ ସୁସ୍ଥ ରଖିବ।

ନିମ୍ବ ତେଲ: ଆପଣ ତ୍ୱଚାରେ ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି? ତା’ ହେଲେ ନିମ୍ବ ତେଲ ନିଶ୍ଚୟ ବ୍ୟବହାର କରନ୍ତୁ। ନିମ୍ବ ତେଲ ଆପଣଙ୍କ ସମସ୍ୟାକୁ ଦୂର କରି ପାରିବ। ଏଥିରେ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। ଏହି ତେଲ ଏକ ପ୍ରକାର ଔଷଧି ରୂପେ କାମ କରିଥାଏ। କେବଳ ବ୍ରଣ ନୁହେଁ, ତ୍ୱଚାର ଅନ୍ୟାନ୍ୟ ସମସ୍ୟାକୁ ଦୂର କରିବାରେ ଏହା ସାହାଯ୍ୟ କରି ପାରିବ।

Spread the love