ଭାରତକୁ ୨୪ଟି ‘ରୋମିଓ ସିହକ୍’ ହେଲିକପ୍ଟର୍ ବିକ୍ରି ପାଇଁ ଆମେରିକାର ଅନୁମୋଦନ
୨. ୪ ବିଲିୟନ୍ ଡଲାର ବିନିମୟରେ ଭାରତକୁ ୨୪ଟି ‘ମଲ୍ଟି-ରୋଲ୍ ଏମ୍ଏଚ୍-୬୦ ‘ରୋମିଓ’ ସିହକ୍ ହେଲିକପ୍ଟର୍’ ବିକ୍ରି ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଅନୁମୋଦନ କରିଥିବା କଥା ବୈଦେଶିକ ବିଭାଗ ମଙ୍ଗଳବାର ଦିନ କହିଛି। ଗତ ଦୁଇ ଦଶନ୍ଧି ହେବ ଭାରତ ଏହି ନିଷିଦ୍ଧ ବୁଡ଼ାଜାହାଜ ବିରୋଧୀ ହଣ୍ଟର୍ ହେଲିକପ୍ଟର୍ ଆବଶ୍ୟକ କରି ଆସୁଥିଲା। ବୁଡ଼ାଜାହଜଗୁଡ଼ିକୁ ଖୋଜିବା, ଜାହାଜଗୁଡ଼ିକୁ ଧକ୍କା ଦେଇ ପକାଇବା ଓ ସମୁଦ୍ରରେ ତଲାସ ଓ ଉଦ୍ଧାର କାର୍ଯ୍ୟ ଚଳାଇବା ଲାଗି ‘ଲକ୍ହିଡ୍ ମାର୍ଟିନ୍’ କମ୍ପାନି ନିର୍ମିତ ହେଲିକପ୍ଟର୍ଗୁଡ଼ିକ ଭାରତର ପୁରାତନ ବ୍ରିଟିସ୍ ନିର୍ମିତ ସ୍କାଏ କିଙ୍ଗ୍ ହେଲିକପ୍ଟର୍ଗୁଡ଼ିକର ସ୍ଥାନ ଗ୍ରହଣ କରିବ। ୨୪ଟି ଏମ୍ଏଚ୍-୬୦ ମଲ୍ଟି-ମିସନ୍ ହେଲିକପ୍ଟର୍ ବିକ୍ରୟ ଲାଗି ଅନୁମୋଦନ କରିଥିବା କଥା ମଙ୍ଗଳବାର ଦିନ ଟ୍ରମ୍ପ୍ ପ୍ରଶାସନ କଂଗ୍ରେସକୁ ବିଜ୍ଞପ୍ତି ଦେଇଛି। ବିଜ୍ଞପ୍ତିରେ ବୈଦେଶିକ ବିଭାଗ କଂଗ୍ରେସକୁ କହିଛି ଯେ ଏହି ବିକ୍ରି ଭାରତ-ଆମେରିକା ଯୁଦ୍ଧନୀତି ସମ୍ପର୍କକୁ ମଜଭୁତ କରି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ନୀତି ଓ ଜାତୀୟ ନିରାପତ୍ତାକୁ ସୁଦୃଢ଼ କରିବାରେ ସହାୟକ ହେବ।