ଏପ୍ରିଲ ୩୦ ଯାଏଁ ଓଡିଶାରେ ଲକଡାଉନ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ୩୦ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହାସହ ଜୁନ ୧୭ ତାରିଖ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି।  ରେଳ ଓ ବିମାନ ବନ୍ଦ ପାଇଁ କେନ୍ଦ୍ର ସରକାର ଙ୍କୁ ଅନରୋଧ କରାଯାଇଛି। କୃଷି କାର୍ଯ୍ୟ ଚାଲୁ ରହିବ। ଏବଂ ମନରେଗା କାମ ଚାଲୁ ରହିବ । ଲକଡାଉନକୁ ସମର୍ଥନ ଦେଇଥିବାରୁ  ମୁଖ୍ୟମନ୍ତ୍ରୀ ରାଜ୍ୟବାସୀ ଙ୍କୁ ଧନ୍ୟବାଦ ଦେଇଛନ୍ତି।

Spread the love