ଏପ୍ରିଲ୍‌ରୁ ପୁଣି ଆରମ୍ଭ ହେବ ସ୍କୁଲରେ ମଧ୍ୟାହ୍ନ ଭୋଜନ

ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି । ଗଣଶିକ୍ଷା ବିଭାଗ ମିଡ୍‌ ଡେ ମିଲ୍‌ ନୋଡାଲ୍‌ ଅଫିସରଙ୍କ ଚିଠିରୁ ଏହା ଜଣାପଡ଼ିଛି । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏମ୍‌ଡିଏମ୍‌ ୟୁନିଟ୍‌ ନୋଡାଲ୍‌ ଅଫିସର୍‌ ।କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ରୋଷେଇ ଘର ପରିସ୍କାର ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ ପିଲାଙ୍କୁ ଗରମ ଖାଦ୍ୟ ଦିଆଯିବାକୁ ଏଥିରେ ଉଲ୍ଲେଖ ରହିଛି ।କୋଭିଡ୍‌ କାରଣରୁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବନ୍ଦ ରହିଥିଲା ।

Spread the love