ଫ୍ୟାନ୍ସ ଦେଖିବେ ଅପସରା ରାଣୀଙ୍କ ଜଲଓ୍ୱା, ରିଲିଜ ହେଲା ଟିଜର

ବାଙ୍ଗାଲୋର ୩୦।୦୩ :  ବଡ଼ ପରଦାରେ ପୁଣି ଧମାଲ୍‌ କରିବେ ଅପସରା ରାଣୀ । ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ  ହିନ୍ଦୀ ଚଳଚ୍ଚିତ୍ର ଖତ୍‌ରା ଡେଞ୍ଜରିଅସ୍‌ର ଆସିବେ ନଜର । ଯାହାର ଟିଜର ନିକଟରେ ବାଙ୍ଗାଲୋରରେ ରିଲିଜ ହୋଇଛି ।  ଏଥିର ଓଡିଆ ଝିଅ ଅପସରା ରାଣୀଙ୍କୁ ମୁଖ୍ୟ ନାୟିକ ଭୂମିକାରେ ଦେଖିବାକୁ ମିଳିବ ।

ତେବେ ଖତ୍‌ରା ଡେଞ୍ଜରିଅସ୍‌ ଚଳଚିତ୍ରରେ ୨ ମହିଳାଙ୍କ ସମଲିଙ୍ଗୀ ସଂପର୍କ ଓ ବିବାହର କାହାଣୀ ରହିଛି । ଏଥିରେ ଓଡ଼ିଆ ଝିଅ ଅପସରା ରାଣୀ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିବା ବେଳେ, ତାଙ୍କ ବିପକ୍ଷରେ ଅଛନ୍ତି ବେଙ୍ଗଲି ନାୟିକା ନୈନା ଗାଙ୍ଗୁଲି। ଏହି ଚଳଚିତ୍ରରେ ୨ଟି ରୋମାଣ୍ଟିକ ଗୀତ ରହିଛି । ଆସନ୍ତା ଏପ୍ରିଲ ୮ରେ ସିନେମାଟି ଦେଶ ବିଦେଶରେ ରିଲିଜ ହେଉଥିବା ବେଳେ ,ଅପସରା ରାଣୀ ସିନେମାଟିକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି।

ସେପଟେ ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ର ଲିଡ୍‌ରେ ରୋଲ୍‌ ଅଭିନୟ କରିଥିବାରୁ ବେଶ୍‌ ଖୁସି ଥିବା କହିଛନ୍ତି । ଏହାସହିତ ତାଙ୍କୁ ଏପରି ଫିଲ୍ମରେ ସୁଯୋଗ ଦେଇଥିବାରୁ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କୁ ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି । ଏତେ ବଡ଼ ଜଣେ ନିର୍ଦ୍ଦେଶକଙ୍କ ସହ କାମ କରିବା ବହୁଡ଼ ବଡ଼ କଥା ବୋଲି କହିଛନ୍ତି ଅପସରା ।

Spread the love