ଓଏଏସ୍ ପରୀକ୍ଷାର ପରିବର୍ତ୍ତିତ ଶୈଳୀକୁ ନେଇ ଆପ୍ଟି ପ୍ଲସର ନୂଆ ପ୍ରୟାସ

ଓଡିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୨-୨୩ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଯାଇଛି । ଏଥିରେ ପାଖାପାଖି ୬୮୩ ପଦବୀର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା ବେଳେ ୨୪୪ ପଦବୀ କେବଳ ଗ୍ରୁପ-ଏରେ ଦିଆଯାଇଛି । ଏହି ପଦବୀ ଗୁଡିକ ପାଇଁ ହଜାର ହଜାର ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଓହ୍ଲାଇଥାନ୍ତି । ସେଥି ମଧ୍ୟରୁ କିଛି ଜଣ ହିଁ ଏଥିରେ ଜାଗା ବନାଇ ପାରନ୍ତି, ଯେଉଁମାନେ ପୂର୍ବରୁ ସଠିକ ଭାବରେ ପ୍ରସ୍ତୁତ ହୋଇ ପ୍ରତିଯୋଗୀତାରେ ଭାଗ ନେଇଥାନ୍ତି । ବର୍ତ୍ତମାନ ଓଡିଶା ପ୍ରଶାସନିକ ସେବା ପରୀକ୍ଷାର ଶୈଳାରେ ପରିବର୍ତ୍ତନ ହୋଇଥିବା ହେତୁ ଛାତ୍ରଛାତ୍ରୀମାନଙ୍କୁ ଆହୁରି ଉନ୍ନତ ମାନର ପ୍ରସ୍ତୁତି କରିବାକୁ ହେବ । ଏହି ପରିବର୍ତ୍ତିତ ଶୈଳୀକୁ ନେଇ ଆପ୍ଟିପ୍ଲସ ଏକାଡେମୀ ତରଫରୁ ନୂତନ ସିଲାବସ ଅନୁଯାୟୀ ପାଠ୍ୟକ୍ରମ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରତିଦିନ ଉତ୍ତର ଲିଖନର ଅଭ୍ୟାସପାଠ ସହ ସମ୍ପ୍ରତିକ ଘଟଣାବଳୀ ଆଧାରରେ ପ୍ରସ୍ତୁତି ମଧ୍ୟ କରାଯାଉଛି । ଆପ୍ଟିପ୍ଲସରେ ଦିଲ୍ଲୀର ଅଭିଜ୍ଞ ଅଧ୍ୟାପକ ମାନେ ଶିକ୍ଷାଦାନ କରିଥାନ୍ତି । ଆପ୍ଟିପ୍ଲସରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଟେଷ୍ଟ ସିରିଜଠାରୁ ଆରମ୍ଭ କରି ଶ୍ରେଣୀଗୃହ ପାଠ୍ୟକ୍ରମ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରକାଶିତ ବିଜ୍ଞପ୍ତି ପାଇଁ ପ୍ରସ୍ତୁତିରତ ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ରାସ କୋର୍ସ ଏବଂ ଟେଷ୍ଟ ସିରିଜର ମଧ୍ୟ ବ୍ୟବସ୍ଥା ରହିଛି । ଆପ୍ଟିପ୍ଲସର ଉନ୍ନତମାନର ଶିକ୍ଷାଦାନ ବ୍ୟବସ୍ଥା ଯୋଗୁଁ ପ୍ରତିବର୍ଷ ସର୍ବାଧିକ ଛାତ୍ରଛାତ୍ରୀ ସଫଳତା ପାଇ ଆସୁଛନ୍ତି । ଉଦାହରଣ ସ୍ୱରୂପ ଓଏସ-୨୦୨୦ରେ ସର୍ବମୋଟ ୩୦୫ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଥିଲା ବେଳେ ପ୍ରଥମ, ଦ୍ୱିତୀୟ ଓ ଚତୁର୍ଥ ସ୍ଥାନରେ ଆପ୍ଟିପ୍ଲସର ଛାତ୍ରଛାତ୍ରୀ ସ୍ଥାନ ପାଇଥିଲେ । ଏହା ପୂର୍ବରୁ ଓଏସ୍-୨୦୧୯ରେ ୧୧୯ ଜଣ ଛାତ୍ରଛାତ୍ରୀ ସଫଳତା ପାଇ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଆପ୍ଟିପ୍ଲସର ଛାତ୍ରଛାତ୍ରୀ ସ୍ଥାନ ପାଇଥିଲେ ।

Spread the love