ବିଧାୟକ ଅରବିନ୍ଦ ଢାଲିଙ୍କୁ ଟ୍ୟୁସନ କଲେ ବବି ଓ ସଞ୍ଜୟ

ଜୟଦେବ ବିଧାୟକ ଅରବିନ୍ଦଙ୍କ ଉପରେ ବର୍ଷିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଓ ସଞ୍ଜୟ ଦାସବର୍ମା । ଏଭଳି କିଛି ସୂଚନା ବିଶେଷ ସୂତ୍ରରୁ ମିଳିଛି । ସମସ୍ତ ସ୍ଥାନରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନରେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଖୋଦ ରାଜଧାନୀର ଜୟଦେବ ନିର୍ବାଚନ ମଣ୍ଡଳୀରେ ସଭ୍ୟ ସଂଗ୍ରହ ଅଭିଯାନ ସମସ୍ତଙ୍କୁ ଚକିତ କରିଥିଲା । ସଭ୍ୟ ସଂଗ୍ରହ ଅଭିଯାନରେ ବିଜେଡିର ପ୍ରତେକ ନିର୍ବାଚନ ମଣ୍ଡଳୀରୁ ଅତି କମରେ ୭୦ ହଜାର ନୂତନ ସଭ୍ୟ ସଂଗ୍ରହ ଧାର୍ଯ୍ୟ କରାଯାଇଥିଲା । ସମସ୍ତ ଅଞ୍ଚଳରେ ଏହି କାର୍ଯ୍ୟ ସୁଚାରୁ ରୁପେ ପ୍ରତିପାଦନ ହୋଇଥିଲେ ମଧ୍ୟ ରାଜଧାନୀର ଜୟଦେବ ନିର୍ବାଚନ ମଣ୍ଡଳୀରୁ ମାତ୍ର ୨୩ ହଜାର ସଭ୍ୟ ସଂଗ୍ରହ ହୋଇଛନ୍ତି । ଯାହାକୁ ନେଇ ସଭ୍ୟ ସଂଗ୍ରହ ଦାୟିତ୍ୱରେ ଥିବା ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକ ଅରବିନ୍ଦଙ୍କ ଉପରେ ବର୍ଷିଥିଲେ । ଯାହାକୁ ନେଇ ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

ସୂଚନା ଅନୁଯାୟୀ, ରାଜ୍ୟର ସବୁଠାରୁ ବଡ ରାଜନୈତିକ ଦଳ ବିଜେଡିର ୪୭ଲକ୍ଷ ସଭ୍ୟ ଥିବାବେଳେ । ୨୦୧୯ ସେପ୍ଟେମ୍ବର୨ ତାରିଖରୁ ବିଜେଡି ନିଜ ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ କରିଥିଲା । ଏହି ଅଭିଯାନର ଲକ୍ଷ୍ୟ ଥିଲା ୫୦ଲକ୍ଷ ନୂତନ ସଭ୍ୟ ସଂଗ୍ରହ । ମାତ୍ର ନଭେମ୍ବର ଶେଷସୁଦ୍ଧା ବିଜେଡି ୭୫ଲକ୍ଷ ନୂତନ ସଭ୍ୟ ସଂଗ୍ରହ କରିଥିବା ବେଳେ ଡିସେମ୍ବର ୩୦ରେ ଏହା ୧କୋଟି ପାଖାପାଖି ପହଞ୍ଚି ଥିଲା ।

Spread the love